ETV Bharat / bharat

YSR ପରିବାରରେ ଫାଟ! ରାଜନ୍ନା ରାଜ୍ୟମ ଆଣିବାକୁ ଝିଅ ଶର୍ମିଳାଙ୍କ ସଙ୍କେତ

author img

By

Published : Feb 9, 2021, 8:55 PM IST

ୱାଇଏସଆର କଂଗ୍ରେସ ଅଧ୍ୟକ୍ଷ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଳା ଏକ ନୂଆ ଦଳ ଗଠନ ନେଇ ଦେଇଛନ୍ତି ସଙ୍କେତ । ମଙ୍ଗଳବାର ରାଜନ୍ନା ରାଜ୍ୟମ ଆଣିବା ପାଇଁ ସଂକଳ୍ପ ବ୍ୟକ୍ତ କରିଛନ୍ତି ଶର୍ମିଳା । ଅଧିକ ପଢନ୍ତୁ...

YSR ପରିବାରରେ ଫାଟ! ରାଜନ୍ନା ରାଜ୍ୟମ ଆଣିବାକୁ ଝିଅ ଶର୍ମିଳାଙ୍କ ସଙ୍କେତ
YSR ପରିବାରରେ ଫାଟ! ରାଜନ୍ନା ରାଜ୍ୟମ ଆଣିବାକୁ ଝିଅ ଶର୍ମିଳାଙ୍କ ସଙ୍କେତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ରାଜଶେଖର ରେଡ୍ଡୀଙ୍କ ପରିବାରରେ ଛିଡା ହେବାକୁ ଯାଉଛି ପାଚେରୀ । ୱାଇଏସଆର କଂଗ୍ରେସ ଅଧ୍ୟକ୍ଷ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଳା ଏକ ନୂଆ ଦଳ ଗଠନ ନେଇ ଦେଇଛନ୍ତି ସଙ୍କେତ । ମଙ୍ଗଳବାର ରାଜନ୍ନା ରାଜ୍ୟମ ଆଣିବା ପାଇଁ ସଂକଳ୍ପ ବ୍ୟକ୍ତ କରିଛନ୍ତି ଶର୍ମିଳା ।

ଶର୍ମିଳା ନିଜ ବାପାଙ୍କ ବିଶ୍ବସ୍ତଙ୍କ ସହିତ ସାକ୍ଷାତ କରିଥିଲେ । ଏହି ସମୟରେ ତାଙ୍କ ବାସଭବନରେ ଲାଗିଥିବା ବ୍ୟାନରରେ ବାପା ରାଜଶେଖର ରେଡ୍ଡୀଙ୍କ ଫଟୋ ଥିବା ବେଳେ ଏଥିରେ ନଜର ଆସିନି ଭାଇ ଜଗନ ମୋହନ ରେଡ୍ଡୀଙ୍କ ଫଟୋ ।

ଶର୍ମିଳା ନିଜ ବୟାନରେ କହିଛନ୍ତି, ଏଠାରେ କୌଣସି ରାଜନ୍ନା ରାଜ୍ୟମ ନାହିଁ | ଏହା କାହିଁକି ନୁହେଁ? ଆମେ ଏହାକୁ କାହିଁକି ଆଣି ପାରିବୁ ନାହିଁ? ଯେବେ ତେଲେଙ୍ଗାନାରେ ରାଜନ୍ନା ରାଜ୍ୟମ ଆଣିବା ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଶର୍ମିଳା କହିଛନ୍ତି, ହଁ ମୁଁ ଏହାକୁ ନିଶ୍ଚିତ ଆଣିବୁ । ଏହି ସମ୍ବନ୍ଧରେ ଖୁବ ଶିଘ୍ର ବିସ୍ତୃତ ସୂଚନା ଦିଆଯିବ ବୋଲି ସେ କହିଛନ୍ତି ।

ଅବିଭାଜିତ ଆନ୍ଧ୍ରପ୍ରଦେଶରେ ୱାଇଏସ ରାଜଶେଖର ରେଡ୍ଡୀଙ୍କ ଶାସନ କାଳରେ ରାଜନ୍ନା ରାଜ୍ୟମର ଉଲ୍ଲେଖ କରାଯାଉଥିଲା । ୱାଇଏସଆର ନାଁରେ ଜଣାଶୁଣା ଥିଲେ ରାଜଶେଖର ରେଡ୍ଡୀ । ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଛନ୍ତି । ତେବେ ୨୦୦୯ରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା ।

ନିଜ ବାପାଙ୍କ ମୃତ୍ୟୁ ପରେ କଂଗ୍ରେସ ଭିତରେ କନ୍ଦଳକୁ ଦୃଷ୍ଟିରେ ରଖି ଜଗନମୋହନ ରେଡ୍ଡୀ ଦଳ ଛାଡି ୱାଇଏସଆର କଂଗ୍ରେସ ନାଁରେ ଏକ ନୂଆ ଦଳ ଗଠନ କରିଥିଲେ । ଏପଟେ ଶର୍ମିଲା ନାଲଗୋଣ୍ଡା ଜିଲ୍ଲାର ୱାଇଏସଆର ବିଶ୍ବସ୍ତଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ସେ ଆଗାମୀ କିଛି ଦିନ ମଧ୍ୟରେ ଏହି ନେତାଙ୍କ ସହ ବୈଠକ କରିବାକୁ ଯାଉଛନ୍ତି । ତାଙ୍କର ପରବର୍ତ୍ତୀ ପଦକ୍ଷେପ ନେବା ପୂର୍ବରୁ, ସେ ଏହି ନେତାଙ୍କ ମତ ଏବଂ ପରାମର୍ଶକୁ ଗମ୍ଭୀରତାର ସହ ବିଚାର କରିବେ ବୋଲି କହିଛନ୍ତି ।

ଶର୍ମିଳା ୱାଇଏସଆରଙ୍କ ବିଶ୍ବସ୍ତଙ୍କୁ କହିଛନ୍ତି ଯେ ବାପାଙ୍କ ସମୟରେ ଶାସନ ସ୍ବର୍ଣ୍ଣିମ ଥିଲା । ପ୍ରତ୍ୟେକ କୃଷକ ସମୃଦ୍ଧ ଥିଲେ। ସେ ପ୍ରତ୍ୟେକ ଗରିବଙ୍କ ପାଇଁ ପକ୍କା ଘର ନିର୍ମାଣ କରିଥିଲେ | ସେ ଚାହୁଁଥିଲେ ଯେ ପ୍ରତ୍ୟେକ ଗରିବ ଛାତ୍ର ଭଲ ଶିକ୍ଷା ଏବଂ ଭଲ ଚାକିରି ପାଇବା ଉଚିତ | ହେଲେ ଏହି ସ୍ବପ୍ନ ଏବେ ବି ଅଧୁରା ବୋଲି ସେ କହିଛନ୍ତି ।

2019 ନିର୍ବାଚନରେ ​​ଶର୍ମିଲା ଏବଂ ତାଙ୍କ ମା' ବିଜୟମା ୱାଇଏସଆର କଂଗ୍ରେସ ପାର୍ଟି ସପକ୍ଷରେ ପ୍ରଚାର କରିଥିଲେ। ନିର୍ବାଚନରେ ​​ଜଗନଙ୍କ ବିଜୟ ପରେ ଶର୍ମିଲାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.