ETV Bharat / bharat

ଯୋଗୀଙ୍କ ରାଜ୍ୟରେ ଦୁଷ୍କର୍ମକାରୀଙ୍କ ରାଜ, ବର୍ତ୍ତିଲାନି 3 ବର୍ଷର ଶିଶୁ - ଯୋଗୀଙ୍କ ରାଜ୍ୟରେ ଦୁଷ୍କର୍ମକାରୀଙ୍କ ରାଜ

ଉନ୍ନାଓରେ 3 ବର୍ଷର ଏକ ଶିଶୁ କନ୍ୟା ସହ ପଡୋଶୀ ଗ୍ରାମର ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସେପଟେ ଲକ୍ଷ୍ନୌରେ ମଧ୍ୟ ଆଉ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ।

unnao uttar pradesh
ଫାଇଲ ଫଟୋ
author img

By

Published : Dec 8, 2019, 3:04 PM IST

ଲକ୍ଷ୍ନୌ: ଉନ୍ନାଓରେ ପୁଣି ଲଜ୍ଜା । ପୀଡିତାଙ୍କ ଅନ୍ତିମ ସଂସ୍କାର ଦିନ ସାମ୍ନାକୁ ଆସିଛି ଆଉ ଏକ ଦୁଷ୍କର୍ମ ମାମଲା । ଉନ୍ନାଓ ପୀଡିତାଙ୍କ ପାଇଁ ଦେଶବ୍ୟାପୀ ଆକ୍ରୋଶର ନିଆଁ ଲିଭି ନଥିବା ବେଳେ ସେଠାରେ ଜଣେ ଶିଶୁ କନ୍ୟା ଦୁଷ୍କର୍ମର ଶିକାର ହୋଇଛନ୍ତି । ଉନ୍ନାଓରେ 3 ବର୍ଷର ଏକ ଶିଶୁ କନ୍ୟା ସହ ପଡୋଶୀ ଗ୍ରାମର ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ଅଭିଯୁକ୍ତ ଜଣକ ପୀଡିତାଙ୍କୁ ଜୋରଜବରଦସ୍ତି ପାଖ ଚାଷ ଜମିକୁ ଟାଣି ନେଇ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହାପରେ ପୀଡିତାଙ୍କ ଦାଦା ଚିତ୍କାର ଶୁଣି ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ତାଙ୍କୁ ଉଦ୍ଧାର କରିଥିଲେ । ସେପଟେ ଗାଁ ଲୋକ ଅଭିଯୁକ୍ତକୁ ଧରି ପ୍ରଥମେ ତାକୁ ପିଟିଥିଲେ ଏବଂ ପରେ ପୋଲିସରେ ଜିମା ଦେଇଥିଲେ । ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ ଏବଂ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି । ସେପଟେ ପୀଡିତା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଥିବା ଜଣା ପଡିଛି ।

ସେହିପରି ଲକ୍ଷ୍ନୌରେ ମଧ୍ୟ ଆଉ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଲକ୍ଷ୍ନୌର ମାଡିୟାବ ଥାନା କ୍ଷେତ୍ରରେ ଜଣେ ଯୁବକ ପୀଡିତାଙ୍କ ସହ ଦୁଷ୍କର୍ମ କରିଥିଲେ । ସେପଟେ ଲୋକଲଜ୍ଜାରେ ପୀଡିତା ଜଣକ ଆତ୍ମହତ୍ୟା ଉଦ୍ୟମକରିଥିବା ଜଣା ପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ମାମଲାରେ ପୋଲିସ 3 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.