ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କର ଆଉ ଏକ ନୂଆ ଫଟୋ ଗୁରୁବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏକ ପ୍ରକୋଷ୍ଠରେ ଓମାର ଏକ ଲମ୍ବା ଦାଢି ରଖି ତାଙ୍କ ଡାକ୍ତରଙ୍କ ସହିତ ଠିଆ ହୋଇଥିବା ଦେଖାଯାଉଛି |
ଜମ୍ମୁ କାଶ୍ମୀରରୁ 370 ଉଚ୍ଛେଦ ହେବା ପରଠୁ ହରି ନିବାସରେ ସେ ଗୃହବନ୍ଦୀ ଭାବେ ରହିଛନ୍ତି । ସେବେଠାରୁ ସେ ଦାଢି କାଟି ନଥିବା ସୂଚନା ରହିଛି । ଗିରଫ ହେବା ପରଠାରୁ ଏହା ହେଉଛି ଓମାରଙ୍କ ତୃତୀୟ ଫଟୋ ।
ଜାନୁୟାରୀ 2020ରେ, ଓମାରଙ୍କ ପଶମ ଟୋପି ଓ ଲମ୍ବା ଧଳା ଦାଢି ରଖିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା | ସେହିପରି ଅକ୍ଟୋବର 2019 ରେ, ଓମାରଙ୍କର ଏକ ଭିନ୍ନ ଫଟୋ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ଏକ ଛୋଟ ଦାଢି ରଖିଥିଲେ ।
ଓମାରଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ ସେ ଏହାର ପ୍ରତିବାଦ ସ୍ବରୂପ ଦାଢି କାଟିବାକୁ ମନା କରି ଦେଇଛନ୍ତି।
ଅଗଷ୍ଟ 5ରୁ ଜମ୍ମୁ କାଶ୍ମୀର ତିନିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ ରହିଛନ୍ତି । ଓମାରଙ୍କ ପିତା ଫାରୁକ୍ ଅବଦୁଲ୍ଲାଙ୍କୁ ଶ୍ରୀନଗରସ୍ଥିତ ଗୁପକର ରୋଡ ବାସଭବନରେ ରଖାଯାଇଛି । ସେହପରି ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ମଧ୍ୟ ଏମ.ଏ ରୋଡରେ ଥିବା ଏକ ସରକାରୀ ଭବନରେ ଅଟକ ରଖାଯାଇଛି ।
@IANS