ETV Bharat / bharat

ବଢୁଛି ସଂକ୍ରମଣ: 15 ଦିନିଆ ଲକଡାଉନ ଲାଗୁ ସଙ୍କେତ ଦେଲେ କେସିଆର

author img

By

Published : Jun 28, 2020, 7:46 PM IST

ତେଲେଙ୍ଗାନାରେ 13,000 ଅତିକ୍ରମ କଲା କୋରୋନା ସଂକ୍ରମଣ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ମୁଖମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ପୁଣିଥରେ 15 ଦିନ ଲକଡାଉନ ବୃଦ୍ଧି କରିବାର ପ୍ରସ୍ତାବ ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

15 ଦିନିଆ ଲକଡାଉନ ସଙ୍କେତ ଦେଲେ କେସିଆର
15 ଦିନିଆ ଲକଡାଉନ ସଙ୍କେତ ଦେଲେ କେସିଆର

ହାଇଦ୍ରାବାଦ: ତେଲେଙ୍ଗାନାରେ ଦୃତଗତିରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ 13,000 ଅତିକ୍ରମ କଲା କୋରୋନା ସଂକ୍ରମଣ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ମୁଖମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ପୁଣିଥରେ 15 ଦିନିଆ ଲକଡାଉନ ଲାଗୁ କରିବାର ସଙ୍କତ ଦେଇଛନ୍ତି ।

ରାଜ୍ୟରେ କୋରୋନା ମାମଲା ବୃଦ୍ଧିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ କାର୍ଯ୍ୟାଳୟରେ ରବିବାର ଏକ ବିବୃତ୍ତି ଜାରି କରିଛନ୍ତି । ଏଠାରେ ସେ କହିଛନ୍ତି ଯେ କୋଭିଡ ଭାଇରସ ବିସ୍ତାରକୁ ରୋକିବା ପାଇଁ ରାଜ୍ୟ ସରକାର ରାଜଧାନୀ ହାଇଦ୍ରାବାଦରେ ଲକଡାଉନ୍ ପୁନଃସ୍ଥାପିତ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ସ୍ବାସ୍ଥ୍ୟ ଏବଂ ଚିକିତ୍ସା ବିଭାଗର CMO କୁ ପ୍ରସ୍ତାବ ଦେଇ କହିଛନ୍ତି ଯେ ହାଇଦ୍ରାବାଦରେ COVID-19 ଯୋଗୁଁ ଲକଡାଉନ ଲାଗୁ କରିବା ନେଇ ନିଜର ମତାମତ ଦେବେ । ସୂଚନା ଥାଉକି ଶନିବାର ରାଜ୍ୟରେ ପୁଣି 1,087 ନୂତନ COVID-19 ମାମଲା ରେକର୍ଡ ହୋଇଛି । ଏହି ମାମଲାରେ ଆଜି ସୁଦ୍ଧା 13,436କୁ ବୃଦ୍ଧି ପାଇଛି । ସେପଟେ ଶନିବାର ରାଜ୍ୟରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସରକାରଙ୍କ ହେଲ୍ଥ ବୁଲେଟିନ୍ ରେ ପ୍ରକାଶ ପାଇଛି । ତେବେ ସମୁଦାୟ COVID-19 ମୃତ୍ୟୁ ସଂଖ୍ୟା 243 କୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.