ETV Bharat / bharat

ମହାରାଷ୍ଟ୍ରରେ ମହାମେଣ୍ଟ, ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ!

ମେଣ୍ଟରେ ଗଠନ ହେବ ସରକାର । ଶିବସେନା ମୁଖ୍ୟ ଉଦ୍ଧବ ଠାକେର ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଗୁରୁବାର ନୂଆଦିଲ୍ଲୀରେ ବସିଥିବା ଏନସିପି ଓ କଂଗ୍ରେସ ଦଳର ବୈଠକରେ ଏହି ନିଷ୍ପତ୍ତି ଉପରେ ସହମତି ପ୍ରକାଶ ପାଇବା ପରେ ଏକପ୍ରକାର ସରକାର ଗଠନ ହେବା ଥୟ ହୋଇଛି । ଏନେଇ ଆଜି ସନ୍ଧ୍ୟାରେ 3 ଦଳ କରିପାରନ୍ତି ମୁଖ୍ୟମନ୍ତ୍ରୀ ପଦ ଓ ସରକାର ଗଠନ ନେଇ ଘୋଷଣା ।

author img

By

Published : Nov 22, 2019, 9:05 AM IST

Updated : Nov 22, 2019, 10:06 AM IST

ଡ଼ିଜାଇନ୍ ଫଟୋ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ହେବାକୁ ନେଇ ଚାଲିଥିବା ଛକାପଞ୍ଝାର ଅନ୍ତ ଘଟିବାକୁ ଯାଉଛି । ଖୁବ ଶୀଘ୍ର ରାଜ୍ୟବାସୀ ଦେଖିବାକୁ ଯାଉଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ହୋଇପାରେ ଅନ୍ତିମ ନିର୍ଣ୍ଣୟ । ଶିବସେନା, ଏନସିପି ଓ କଂଗ୍ରେସର ମେଣ୍ଟରେ ରାଜ୍ୟରେ ଗଠନ ହେବାକୁ ଯାଉଛି ନୂଆ ସରକାର । ଗତକାଲି ଅର୍ଥାତ୍ ଗୁରୁବାର ନୂଆଦିଲ୍ଲୀରେ ଏନସିପି ଓ କଂଗ୍ରେସ ଦଳର ବସିଥିବା ବୈଠକରେ ପ୍ରକାଶ ପାଇଛି ସହମତି ।

ଶୁକ୍ରବାର ଅର୍ଥାତ୍ ଆଜି ତିନି ଦଳର ବସିପାରେ ଅନ୍ତିମ ବୈଠକ । ନିର୍ଣ୍ଣୟ ହୋଇପାରେ ଶେଷ ନିଷ୍ପତ୍ତି । ପୂର୍ବାହ୍ନ ୧୦ଟା ୩୦ରେ ମାତୋଶ୍ରୀରେ ସମସ୍ତ ବିଧାୟକ ବୈଠକରେ ଯୋଗଦେବେ । ସେହିପରି ଅପରାହ୍ନ ୪ଟାରେ କଂଗ୍ରେସ ବିଧାୟକ ଦଳ ନେତା ଚୟନ କରାଯିବ । ସନ୍ଧ୍ୟା 5ଟା ସୁଦ୍ଧା ତିନି ଦଳର ପ୍ରମୁଖ ନେତା ସରକାର ଗଢିବାକୁ ନେଇ କରିପାରନ୍ତି ଘୋଷଣା । ସୂଚନା ଅନୁଯାୟୀ ଶିବସେନା ନେତୃତରେ ରାଜ୍ୟରେ ସରକାର ଗଠନ ହେବ । ଦଳର ମୁଖ୍ୟ ଉଦ୍ଧବ ଠାକେର ମୁଖ୍ୟମନ୍ତ୍ରୀ ହେବେ ବୋଲି କଂଗ୍ରେସ ଓ ଏନସିପି ଦଳର ବୈଠକରେ ନିଷ୍ପତ୍ତି ନିଆଯାଇଛି।

କଂଗ୍ରେସ ଓ ଏନସିପି ମୁଖ୍ୟମନ୍ତ୍ରୀ ପଦ ଶିବସେନାକୁ ଦେବାକୁ ରାଜି ଥିବାବେଳେ ବାଚସ୍ପତି ପଦ ଉପରେ ରହିଛି ଉଭୟ ଦଳର ନଜର । ସେହିପରି କେଉଁ ଦଳର କେତେଜଣ ସଦସ୍ୟ ମନ୍ତ୍ରୀ ମଣ୍ଡଳରେ ରହିବେ, କିଏ କେଉଁ ମନ୍ତ୍ରଣାଳୟ ନେବେ ସେନେଇ ମଧ୍ୟ ବୈଠକରେ ହୋଇସାରିଛି ଆଲୋଚନା । ବିଜେପି ସହ ଶିବସେନା ସମ୍ପର୍କ ତୁଟାଇବା ପରେ ଏନସିପି ଓ କଂଗ୍ରେସ ମେଣ୍ଟରେ ସରକାର ଗଢିବାକୁ ଏକପ୍ରକାର ଅନ୍ତିମ ନିଷ୍ପତ୍ତି ନେଇସାରିଛନ୍ତି।

Intro:Body:

BLANK FOR LINK 

Conclusion:
Last Updated : Nov 22, 2019, 10:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.