ETV Bharat / bharat

ଆନ୍ନା ନଗର ବିସ୍ଥାପିତଙ୍କ ଦୁଃଖ, ମେଟ୍ରୋ ଷ୍ଟେସନରେ କଟୁଛି ରାତି - ମେଟ୍ରୋ ଷ୍ଟେସନ

ଉପୁଜିଥିବା ସମସ୍ୟା ପ୍ରତି କେହି ଧ୍ୟାନ ଦେଉନାହାଁନ୍ତି ଏବଂ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେବା ବ୍ୟତୀତ ସେମାନଙ୍କର ଅନ୍ୟ କୌଣସି ବିକଳ୍ପ ନାହିଁ। ଭୀଷଣ ବର୍ଷା ହେତୁ ମୁଣ୍ଡ ଗୁଞ୍ଜିଥିବା ପରିଵାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ କଥା ଆମେ କହୁ ନାହୁଁ ବରଂ ଆନ୍ନା ନଗର ବିସ୍ଥାପିତଙ୍କ ଏହା ହେଉଛି କୋହଭରା ବାକ୍ୟ।

ଆନ୍ନା ନଗର ବିସ୍ଥାପିତଙ୍କ ଦୁଃଖ, ମେଟ୍ରୋ ଷ୍ଟେସନରେ ଆଶ୍ରୟକୁ ନେଇ ହନ୍ତସନ୍ତ

author img

By

Published : Jul 21, 2020, 1:49 PM IST

Updated : Jul 21, 2020, 1:57 PM IST

ନୂଆଦିଲ୍ଲୀ: ଖାଇବାକୁ ନାହିଁ। ବର୍ଷା ମାଡରେ ଘଡିଏ ରହି ହେଉ ନାହିଁ। ଅବ୍ୟଵସ୍ଥାର ଚାପରେ ସନ୍ତୁଳି ହେଉଛନ୍ତି ବିସ୍ଥାପିତ ପରିବାର। ଅଭିଯୋଗ ଶୁଣିବା ତ ଦୂରର କଥା ଏଯାଏଁ ପ୍ରଶାସନ ଜାଣିନାହିଁ- ଵିସ୍ଥାପିତ କେମିତି ଥଇଥାନ ହୋଇଛନ୍ତି। ଆନ୍ନା ନଗରରୁ ପ୍ରାୟ 10-15 ପରିବାର ବର୍ଷା ହେତୁ ଘର ନଷ୍ଟ ହୋଇଯାଇ ଥିବା ବେଳେ ମେଟ୍ରୋ ଷ୍ଟେସନରେ ସେମାନଙ୍କ ଆଶ୍ରୟ ଯନ୍ତ୍ରଣାଦାୟକ।

ସେମାନେ କହିଛନ୍ତି ଯେ, ଉପୁଜିଥିବା ସମସ୍ୟା ପ୍ରତି କେହି ଧ୍ୟାନ ଦେଉନାହାଁନ୍ତି ଏବଂ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେବା ବ୍ୟତୀତ ସେମାନଙ୍କର ଅନ୍ୟ କୌଣସି ବିକଳ୍ପ ନାହିଁ। ଭୀଷଣ ବର୍ଷା ହେତୁ ମୁଣ୍ଡ ଗୁଞ୍ଜିଥିବା ପରିଵାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନାଯୋଗ୍ୟ ରବିବାର ଦିନ ପ୍ରବଳ ବର୍ଷା ପରେ ଦିଲ୍ଲୀର ଆଇଟିଓ ନିକଟ ଆନ୍ନା ନଗରର ବସ୍ତି ଅଞ୍ଚଳରେ ଏକ ଘର ଭୁଶୁଡି ପଡିଥିଲା। କିନ୍ତୁ ଦୁର୍ଘଟଣା ସମୟରେ ଏଥିରେ କେହି ନଥିଲେ। ଘଟଣାସ୍ଥଳରେ କେନ୍ଦ୍ରୀୟ ଦୁର୍ଘଟଣା ଏବଂ ଟ୍ରମା ସେବା (CATS) ଏବଂ ଅଗ୍ନି ଇଞ୍ଜିନ୍ ନିୟୋଜିତ କରାଯାଇଥିଲା। ଏଠାରେ ଜଳ ପ୍ରବାହ ତୀବ୍ର ଥିଲା। ପ୍ରବାହିତ ଜଳ ଏକ ଗର୍ତ୍ତରେ ପ୍ରବେଶ କଲା ଯାହା ପାର୍କିଂ ସୁବିଧାକୁ ସାମ୍ନାରେ ରଖି ନିର୍ମାଣ ପାଇଁ ଖୋଳା ଯାଇଥିଲା ନିଅଁରେ ଭୁଶୁଡି ଥିଲା। ପରେ ନିକଟସ୍ଥ ଘରଗୁଡିକ ମଧ୍ୟ ଗୋଟେ ପରେ ଗୋଟେ ପାଣିର ସୁଅରେ ଭାସି ଯାଇଥିଲା।

ଆମ୍ ଆଦମୀ ପାର୍ଟିର ବିଧାୟକ ପ୍ରବୀଣ କୁମାର କହିଛନ୍ତି, ଏଠାରେ ଏକ ବଡ ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ କାହାର ମୃତ୍ୟୁ ଘଟି ନାହିଁ। ଦିଲ୍ଲୀ ସରକାର ପ୍ରତ୍ୟେକ ସହାୟତା ଯୋଗାଉଛନ୍ତି। ଏଠାରେ ଜରୁରୀକାଳୀନ ସହାୟତା କାର୍ଯ୍ୟ ଚାଲିଛି।

Last Updated : Jul 21, 2020, 1:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.