ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ପ୍ରତିଦିନ କୋରୋନା ସମ୍ବନ୍ଧୀୟ ନୂଆ ମାମଲା ସାମ୍ନାକୁ ଆସୁଛି। ଏହି ସମୟରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘ (ଆରଏସଏସ) ଭାରତର ଆର୍ଥିକ ସ୍ବାର୍ଥକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ ହୋଇଛି। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଆରଏସଏସ ବିରୋଧରେ ମଧ୍ୟ ଅଭିଯୋଗ କରାଯାଇଛି।
ଶିୟା ସମ୍ପ୍ରଦାୟ ସଂଗଠନ ଅଞ୍ଜୁମାନ-ଇ-ହାଇଦାରୀଙ୍କ ଦ୍ବାରା ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘ (ଆରଏସଏସ) ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଅଭିଯୋଗ ହୋଇଛି। ଇସଲାମ ଏବଂ ମୁସଲମାନମାନଙ୍କ ବିରୁଦ୍ଧରେ ଏକ ଅଭିଯାନ ଇସଲାମୋଫୋବିୟା ଆରମ୍ଭ କରିଥିବା ଅଞ୍ଜୁମାନ-ଇ-ହାଇଦାରୀ ଏହି ଅଭିଯୋଗ କରିଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଏକ ଚିଠି ଲେଖାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି, ଗତ କିଛି ଦିନ ହେବ ମୁସଲମାନ ଏବଂ ଇସଲାମର ଲୋକମାନେ କୋରୋନା ସଂକ୍ରମଣ ବିସ୍ତାର କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଭିତ୍ତିହୀନ ଓ ଲୋକଙ୍କ ମଧ୍ୟରେ ଘୃଣା ସୃଷ୍ଟି ହେଉଛି ବୋଲି ଚିଠିରେ ଦର୍ଶାଯାଇଛି। ଏଥିରେ ଆରଏସଏସ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ଚିଠିରେ ଦର୍ଶାଯାଇଛି।
ଅଞ୍ଜୁମାନ-ଇ-ହାଇଦାରୀ ଅଭିଯୋଗ କରିଛନ୍ତି, ଇସଲାମ ଓ ମୁସଲମାନ ମାନଙ୍କ ବିରୋଧରେ ଅଭିଯାନ ମାଧ୍ୟମରେ ଭାରତର ଆର୍ଥିକ ସ୍ବାର୍ଥ କ୍ଷତିଗ୍ରସ୍ତ ହେଉଛି। ଏଥିସହ ଏହି ଅଭିଯାନ ମାଧ୍ୟମରେ ଭାରତର ଶତ୍ରୁ ଦେଶମାନଙ୍କୁ ମୁହଁ ଦେଉଥିବା ଚିଠିରେ ଦର୍ଶାଯାଇଛି।