ETV Bharat / bharat

ତ୍ରିରଙ୍ଗାକୁ ଅପମାନିତ ହେବାରୁ ରକ୍ଷା କଲେ ସାମ୍ବାଦିକା - ସାମ୍ବାଦିକା ପୁନମ ଜୋଶୀ

ଶହ ଶହ ସଂଖ୍ୟାର ପାକିସ୍ତାନୀ ଏବଂ ଖାଲିସ୍ଥାନ ସମର୍ଥକ ତ୍ରିରଙ୍ଗାର ଅସମ୍ମାନ କରୁଥିବା ବେଳେ ତାଙ୍କ ପାଖରୁ ତ୍ରିରଙ୍ଗାକୁ  ଛଡାଇ ଆଣିଲେ ଏଏନଆଇର ଜଣେ ସାମ୍ବାଦିକା ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Aug 18, 2019, 5:11 AM IST

ନୂଆଦିଲ୍ଲୀ: ଜୀବନକୁ ବାଜି ଲଗାଇ ଦେଶର ଗୌରବ ତ୍ରିରଙ୍ଗାକୁ ରକ୍ଷା କଲେ ଜଣେ ସାମ୍ବାଦିକା । ଶହ ଶହ ପାକିସ୍ତାନୀ ପ୍ରଦର୍ଶନକାରୀ ତ୍ରିରଙ୍ଗାର ଅସମ୍ମାନ କରୁଥିବା ବେଳେ ତାଙ୍କ ପାଖରୁ ତ୍ରିରଙ୍ଗାକୁ ଛଡାଇ ଆଣିଲେ ଏହି ସାମ୍ବାଦିକା ।

ଭିଡିଓ ସୌଜନ୍ୟ: ଟ୍ବିଟର@ANI

ଅଗଷ୍ଟ 15 ତାରିଖରେ ଲଣ୍ଡନ ସ୍ଥିତ ଭାରତୀୟ ଉଚ୍ଚାୟୋଗ ସାମ୍ନାରେ ସ୍ବାଧୀନତା ଦିବସ ପାଳନ କରାଯାଉଥିଲା । ସେହି ସମୟରେ ଶହ ଶହ ସଂଖ୍ୟାର ପାକିସ୍ତାନୀ ଏବଂ ଖାଲିସ୍ଥାନୀ ସମର୍ଥକ ସେଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନେ ତ୍ରିରଙ୍ଗାକୁ ତଳେ ପକାଇ ତାର ଅସମ୍ମାନ କରିବା ସହ ଚିରିବାକୁ ପ୍ରୟାସ କରୁଥିଲେ । ତେବେ ପାକିସ୍ତାନୀ ସମର୍ଥକଙ୍କ ଏଭଳି ଘୃଣନୀୟ କାର୍ଯ୍ୟକଳାପ ବିରୋଧରେ ଠିଆ ହୋଇଥିଲେ ଏଏନଆଇର କାର୍ଯ୍ୟରତ ସାମ୍ବାଦିକା ପୁନମ ଜୋଶୀ । ସେ ସେମାନଙ୍କଠାରୁ ତ୍ରିରଙ୍ଗାକୁ ଛଡାଇ ଆଣି ଦେଶଭକ୍ତିର ଉଦାହରଣ ସୃଷ୍ଟି କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.