ETV Bharat / bharat

32 ଲକ୍ଷ ପରିବାର ପାଇପ ଯୋଗେ ପାଇବେ ପାଣି: ଆନ୍ଧ୍ର ସରକାର

author img

By

Published : Oct 7, 2020, 9:59 AM IST

ଆନ୍ଧ୍ରରେ ଦୂର ହେବ ଜଳସମସ୍ୟା । 4,800 କୋଟି ଟଙ୍କା ବ୍ୟୟରେ 32 ଲକ୍ଷ ପରିବାରଙ୍କୁ ପାଇପ ଯୋଗେ ପାଣି ଯୋଗାଇବେ ସରକାର । ଅଧିକ ପଢନ୍ତୁ...

'Andhra to install piped water taps in 32 lakh households'
32 ଲକ୍ଷ ପରିବାରଙ୍କୁ ପାଇପ ଯୋଗେ ଦିଆଯିବ ପାଣି: ଆନ୍ଧ୍ରସରକାର

ଅମରାବତୀ: ରାଜ୍ୟରେ ଜଳକଷ୍ଟ ଦୂର କରିବା ପାଇଁ ଆନ୍ଧ୍ର ସରକାରଙ୍କ ଆଉ ଏକ ପ୍ରୟାସ । ସରକାର 4,800 କୋଟି ଟଙ୍କା ବ୍ୟୟରେ 32 ଲକ୍ଷ ପରିବାରଙ୍କୁ ପାଇପ ଯୋଗେ ଘରେ ଘରେ ପାଣି ଯୋଗାଇବେ । ଲୋକଙ୍କ ପାଇଁ ସର୍ବୋତ୍ତମ ନାଗରିକ ସୁବିଧା ଯୋଗାଇବା ଜଗନ ମୋହନ ରେଡ୍ଡୀ ସରକାରଙ୍କ ଉଦ୍ଦେଶ୍ୟ ବୋଲି ରାଜ୍ୟସଭା ସଦସ୍ୟ ବିଜୟ ସାଇ ରେଡ୍ଡୀ କହିଛନ୍ତି ।ପାଇପ ଜଳ ଯୋଜନାର ଏହା ପ୍ରଥମ ପର୍ଯ୍ୟାୟ ।

ସେହିପରି, ବିଶାଖାପାଟନମର ସମୁଦ୍ରକୂଳର ଉନ୍ନତି କରଣ ପାଇଁ 116 କୋଟି ଟଙ୍କା ଖର୍ଚ୍ଚ କରାଯିବା ସମୁଦ୍ରକୂଳର ସୌନ୍ଦର୍ଯ୍ୟ କରଣ ପାଇଁ ସାଇକେଲ ଚଲାଇବା ଟ୍ରାକ, ଚାଲିବା ଟ୍ରାକ, ଖେଳ ପଡିଆ ,ଓପେନ ଜିମ ଓ ସର୍ବସାଧାରଣ ଶୌଚାଳୟରେ ଏହି ଅର୍ଥ ଖର୍ଚ୍ଚ ହେବ ।

@ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.