ETV Bharat / bharat

ଟିକଟକ ପାଇଁ ପତ୍ନୀଙ୍କୁ ହତ୍ୟା କଲା ପତି

ଟିକଟକ ପାଇଁ ପତ୍ନୀଙ୍କୁ ହତ୍ୟା କଲା ପତି। ଟିକଟକରେ ଭିଡିଓ ପୋଷ୍ଟ ନେଇ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ। ଆଗକୁ ପଢନ୍ତୁ...

author img

By

Published : Nov 29, 2019, 12:55 PM IST

Andhra man,tiktok video post
ଡିଜାଇନ ଫଟୋ

ଅମରାବତୀ: କାଳ ହେଲା ଟ୍ରେଣ୍ଡିଂ ଭିଡିଓ ଆପ ଟିକଟକ । ଆପରେ ଭିଡିଓ ପୋଷ୍ଟ ପରେ କ୍ରୋଧ ଜର୍ଜରିତ ସ୍ବାମୀ ନେଲା ସ୍ତ୍ରୀର ଜୀବନ। ଏଭଳି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ। ଏଠାକାର ପୋତରୁରୁ ଗାଁର ସିଦ୍ଦାଲା ଚିନ୍ନା ନସରାହି ତାଙ୍କ ପତ୍ନୀ ସୁଭରଥାଙ୍କୁ ନିଆଁରେ ପୋଡି ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ପରେ ପୋଲିସ ଅଭିଯୁକ୍ତ ସ୍ବାମୀ ଓ ହତ୍ୟାକାଣ୍ଡରେ ସମ୍ପୃକ୍ତ ତାଙ୍କ ଭାଇକୁ ଗିରଫ କରିଛି।

ସିଦ୍ଦାଲା ଓ ତାଙ୍କ ସାନ ଭାଇ ନଭେମ୍ବର17 ତାରିଖ ରାତିରେ ସ୍ଥାନୀୟ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ନେଇ ଏହି ହତ୍ୟାକାଣ୍ଡ ଭିଆଇଥିଲେ । ସୁଭରଥାଙ୍କ ଅଳଙ୍କାର ଏବଂ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି ଫୁଟେଜରୁ ହିଁ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି।

ସୁଭରଥାଙ୍କୁ ଟିକଟକରେ ବିଭିନ୍ନ ଅନ୍ଦାଜରେ ଭଡିଓ କରିବା ଖୁବ ପସନ୍ଦ ଥିଲା । ତେଣୁ ସେ ପ୍ରତିଦିନ ଭିଡିଓ ପୋଷ୍ଟ କରୁଥିଲେ । ଏଥିରେ ଶହଶହ ଲୋକ ଲାଇକ କରିବା ସହ ଶେୟାର ମଧ୍ୟ କରୁଥିଲେ । ହେଲେ ଏଥିରେ ନା ଖୁସ ଥିଲେ ସିଦ୍ଦାଲା । ଏହାସହ ସିଦ୍ଦାଲ ପତ୍ନୀଙ୍କ ଚରିତ୍ର ଉପରେ ମଧ୍ୟ ଅଧିକ ସନ୍ଦେହ କରିବାରେ ଲାଗିଥିଲେ । ସିଦ୍ଦାଲ ବାରମ୍ବାର ଏହାକୁ ବାରଣ କରୁଥିଲେ ହେଁ ସୁଭରଥା ଏହାକୁ ଖାତିର କରି ନଥିଲେ । ଶେଷରେ ସେ ଏଥିରେ ରାଗି ପତ୍ନୀଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.