ETV Bharat / bharat

ଶ୍ରୀଶୈଳମ୍‌ର ପାୱାର ପ୍ଲାଣ୍ଟ ଅଗ୍ନିକାଣ୍ଡ, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଶୋକ - ଶ୍ରୀଶୈଳମ୍‌ର ପାୱାର ପ୍ଲାଣ୍ଟ ଅଗ୍ନିକାଣ୍ଡ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ ଶ୍ରୀଶୈଳମ୍‌ର ପାୱାର ଜେନେରେସନ ପ୍ଲାଣ୍ଟରେ ଗୁରୁବାର ରାତିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ମର୍ମାହତ ହୋଇଥିବା ପ୍ରକାଶ କରିଛନ୍ତି । ଏହା ସହ ତେଲେଙ୍ଗାନାକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ନିଜ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଶ୍ରୀଶୈଳମ୍‌ର ପାୱାର ପ୍ଲାଣ୍ଟ ଅଗ୍ନିକାଣ୍ଡ, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଶୋକ

author img

By

Published : Aug 21, 2020, 5:49 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ ଶ୍ରୀଶୈଳମ୍‌ର ପାୱାର ଜେନେରେସନ ପ୍ଲାଣ୍ଟରେ ଗୁରୁବାର ରାତିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ମର୍ମାହତ ହୋଇଥିବା ପ୍ରକାଶ କରିଛନ୍ତି । ଏହା ସହ ତେଲେଙ୍ଗାନାକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ନିଜ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନିଜର ଦୁଃଖ ପ୍ରକାଶ କରିବା ସହ ଶୁକ୍ରବାର ନିର୍ଦ୍ଧାରିତ ଶ୍ରୀଶୈଳମ୍‌ ଗସ୍ତକୁ ବାତିଲ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଗୁରୁବାର ରାତି 10.30ରେ ଶ୍ରୀଶୈଳମ ଠାରେ ଥିବା ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟରେ ନିଆଁ ଲାଗିଯାଇଥିଲା । ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ସେଠାରେ କାର୍ଯ୍ୟରତ ଥିବା 9 ଲୋକ ନିଖୋଜ ରହିଥିଲେ । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଦୁଇଜଣ ଆସିଷ୍ଟାଣ୍ଡ ଇଞ୍ଜିନିୟର ଭାବରେ କାର୍ଯ୍ୟରତ ଥିଲେ ବୋଲି ଜଣାପଡିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.