ETV Bharat / bharat

'ଲୋକଙ୍କୁ ବିଭାଜନ କରିବ ନାଗରିକତା ସଂଶୋଧନ ବିଲ୍‌' - ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଚର୍ଚ୍ଚା

ରାଜ୍ୟସଭାରେ ଆଗତ ହୋଇଛି ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌ । ବିଲ୍‌କୁ ବିରୋଧ କରିଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ । ଦଳ ପକ୍ଷରୁ ଆନନ୍ଦ ଶର୍ମା ରାଜ୍ୟସଭାରେ ବିତର୍କ କରିଛନ୍ତି ।

Anand Sharma,Congress
ଫଟୋ ସୌଜନ୍ୟ: ରାଜ୍ୟସଭା ଟିଭି
author img

By

Published : Dec 11, 2019, 1:29 PM IST

Updated : Dec 11, 2019, 1:40 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଗତ ହୋଇଛି ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌ । ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ଉଚ୍ଚ ସଦନରେ ଆଗତ କରିଛନ୍ତି । ତେବେ ବିଲ୍‌ ଉପରେ ଆଲୋଚନା ପାଇଁ ସାଂସଦଙ୍କୁ 6 ଘଣ୍ଟା ସମୟ ମିଳିବ ବୋଲି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଗୃହରେ ଉପସ୍ଥିତ ସଦସ୍ୟଙ୍କୁ ଆଶ୍ବାସନା ଦେଇଛନ୍ତି । ଏଥିପାଇଁ ଆଜି ରାଜ୍ୟସଭାରେ ପ୍ରଶ୍ନକାଳ ହେବ ନାହିଁ। ସେପଟେ ବିଲ୍‌କୁ ବିରୋଧ କରିଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ।

ଭିଡିଓ ସୌଜନ୍ୟ: ରାଜ୍ୟସଭା ଟିଭି

କଂଗ୍ରେସ ପକ୍ଷରୁ ଆନନ୍ଦ ଶର୍ମା ରାଜ୍ୟସଭାରେ ବିତର୍କ କରି କହିଛନ୍ତି, ପୂର୍ବର ବିଲ୍‌ ଏବଂ ସଂଶୋଧିତ ବିଲ୍‌ ଉପରେ ବହୁତ ତଫାତ ରହିଛି । ଇତିହାସ ଏହାକୁ କିପରି ଦୃଷ୍ଟିରେ ଦେଖିବ ତାହା ସମୟ କହିବ । ଏହା ସହିତ ବିଲ୍‌କୁ ନେଇ ସରକାର ତରବରିଆ ଭାବେ କାହିଁକି ନିଷ୍ପତ୍ତି ଗ୍ରହଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଆନନ୍ଦ ଶର୍ମା । ସଂସଦୀୟ କମିଟିର ସମୀକ୍ଷା ପରେ ଏହି ବିଲ୍‌କୁ ସଂସଦରେ ଆଗତ କରିବା ଉଚିତ ଥିଲା ବୋଲି ସେ କହିଛନ୍ତି । ଏହି ବିଲ୍‌ ସମ୍ବିଧାନିକ ଏବଂ ନୈତିକ ରୂପରେ ଭୁଲ ଅଟେ । ଏହା ଲୋକଙ୍କୁ ବିଭାଜନ କରିବ ବୋଲି ଆନନ୍ଦ ଶର୍ମା କହିଛନ୍ତି ।

ଏହି ବିଲ୍‌ ସମ୍ବିଧାନ ନିର୍ମାତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଉଛି ବୋଲି ଆନନ୍ଦ ଶର୍ମା କହିଛନ୍ତି । ସେ କହିଛନ୍ତି, ସମ୍ବିଧାନରେ କୌଣସି ବ୍ୟକ୍ତି ସହ ଭେଦଭାବ କରାଯାଇନାହିଁ । ବିଭାଜନ ପରେ ଯିଏ ବି ଭାରତ ଆସିଲା ସେମାନଙ୍କୁ ସମ୍ମାନ ଦିଆଗଲା । ପାକିସ୍ତାନରୁ ଆସିଥିବା 2 ନେତା ପ୍ରଧାନମନ୍ତ୍ରୀ ମଧ୍ୟ ହେଲେ । ଏହା ସହିତ ଶାହାଙ୍କ ଅଭିଯୋଗର ଜବାବ ଦେଇ ସେ କହିଛନ୍ତି, ଟୁ-ନେଶନ ଥିଓରୀ କଂଗ୍ରେସ ନୁହେଁ ସାବରକର ହିନ୍ଦୁ ମହାସଭାର ବୈଠକରେ ଦେଇଥିଲେ ବୋଲି ଆନନ୍ଦ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ବିଲ୍‌ ଆଗତ ବେଳେ ଗୃହମନ୍ତ୍ରୀ ଅମିତ ଶାହ ଦେଶ ବିଭାଜନର ଆରୋପ କଂଗ୍ରେସ ଉପରେ ଲଗାଇ ଥିଲେ ।

Intro:Body:

testing

Conclusion:
Last Updated : Dec 11, 2019, 1:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.