ନୂଆଦିଲ୍ଲୀ: କରୋନା ଯୁଦ୍ଧରେ ମାସ୍କକୁ ଏକ ପ୍ରମୁଖ ଅସ୍ତ୍ର ଭାବରେ ବିବେଚନା କରାଯାଏ । ଏବଂ ସେଥିପାଇଁ ମାସ୍କକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ କରାଇବାକୁ ଚେଷ୍ଟା କରାଯାଉଛି । ଏହାଭିତରେ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଟ୍ବିଟରେ ପତ୍ର ଦ୍ବାରା ପ୍ରସ୍ତୁତ ମାସ୍କ ପିନ୍ଧା ଦୁଇଟି ପିଲାଙ୍କ ଫଟୋ ସେୟାର କରିଛନ୍ତି । ଏହି ଫଟୋକୁ ଆଇକନିକ ବୋଲି ସେ ଲେଖିଛନ୍ତି ।
କୋରୋନାଭାଇରସ୍ ମହାମାରୀ ମଧ୍ୟରେ ମାସ୍କ ଭାବରେ ପତ୍ର ପିନ୍ଧିଥିବା ଦୁଇ ଶିଶୁଙ୍କ ଚିତ୍ର ସେୟାର କରି ସେ ଲେଖିଛନ୍ତି, କିଏ ଏବଂ କେଉଁ ସ୍ଥାନ , ଫଟୋ କିଏ ନେଇଛି ତାହା ଜଣା ନାହିଁ କିନ୍ତୁ ମୁଁ ଆଶା କରୁଛି ଏହି ଫଟୋ ମହାମାରୀର ଅନ୍ୟତମ ଚିତ୍ର ଏବଂ ସ୍ମୃତି ପାଲଟିଛି । ଏକ ସୁନ୍ଦର ଉଦାହରଣ ଯେ ପ୍ରକୃତି ଆମକୁ ଆବଶ୍ୟକ କରୁଥିବା ସମସ୍ତ ଜିନିଷ ଯୋଗାଇଥାଏ ବୋଲି ସେ ଲେଖିଛନ୍ତି ।