ଲେହ: କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ବଡ ଧରଣର ଭୂମିକମ୍ପର ଝଟକା ଅନୁଭୂତ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 5.4 ରହିଛି ।
ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ନ 4ଟା 27ରେ ଏହି ଭୂମିକମ୍ପ ହୋଇଥିଲା । 10 ସେକେଣ୍ଡ ପର୍ଯ୍ୟନ୍ତ ଏହାର ତୀବ୍ରତା ଅନୁଭୂତ ହୋଇଥିବା ବେଳେ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ ଏହା ପ୍ରଭାବରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନି ।