ଅହମ୍ମଦାବାଦ: ଯଦି ଲକ୍ଷ୍ୟ ସ୍ପଷ୍ଟ ହୋଇଥାଏ ବିଜୟ ସୁନିଶ୍ଚିତ । ଆଉ ନିଜ ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମରେ ବିଶ୍ବାସ ରଖି ଅସମ୍ଭବକୁ ମଧ୍ୟ ସମ୍ଭବ କରିହୁଏ । ଯାହାକୁ ବାସ୍ତବ ଜୀବନରେ ସତ କରି ଦେଖାଇଛନ୍ତି 22 ବର୍ଷୀୟ ହିତେଶ ସିଂହ । ତାଙ୍କ ବାପା ଅମୁଲ କମ୍ପାନୀର ଏମଡିଙ୍କ ଡ୍ରାଇଭର ହୋଇଥିବାବେଳେ ଆଜି ତାଙ୍କ ପୁଅ (IIMA)ର ଉପଲବ୍ଧିକୁ ନେଇ ଗର୍ବ କରିଛନ୍ତି ।
ହିତେଶ ଦେଶର ଅଗ୍ରଣୀ ବିଜନେସ ସ୍କୁଲ ମଧ୍ୟରୁ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ(IIM) ଅହମ୍ମଦାବାଦରେ ଫୁଡ ଆଣ୍ଡ ଏଗ୍ରୋ ବିଜନେସ ମ୍ୟାନଜମେଣ୍ଟରେ 2ବର୍ଷ ପୋଷ୍ଟ ଗ୍ରାଜୁଏଟ ପ୍ରୋଗ୍ରାମରେ ଆଡମିଶନନ ପାଇଁ ଦେଇଥିବା ପ୍ରବେଶ ପରୀକ୍ଷାରେ ସଫଳତାର ସହ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି ।
ବିହାର ବାସିନ୍ଦା ହିତେଶଙ୍କ ବାପା ପଙ୍କଜ ସିଂହ ନିଜ ବସଙ୍କୁ ନେଇ ଗାଡିରେ ଯେତେବେଳେ IIM ଦେଇ ଯାଉଥିଲେ, ସେତେବେଳେ ସେ ମଧ୍ୟ ଏହି ସଂସ୍ଥାରେ ନିଜ ପୁଅକୁ ପଢାଇବାକୁ ଇଚ୍ଛା ପ୍ରକାଶ କରିଥିଲେ । IIMରେ ଆଡମିସନ ପାଇଁ ହିତେସ 23 ଲକ୍ଷ ଟଙ୍କାର ଋଣ ନେବାକୁ ଚାହୁଁଥିବାବେଳେ ଡାଏରୀ ସେକ୍ଟରରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଇଚ୍ଛାପ୍ରକାଶ କରିଛନ୍ତି ।