ETV Bharat / bharat

ଅଜଣା ଶବ୍ଦରେ ଥରିଲା ଅମ୍ରିତସର, ପାକିସ୍ତାନର ଆକ୍ରମଣ ନେଇ ଆତଙ୍କିତ ଲୋକେ - social media

। ପଞ୍ଜାବର ଅମ୍ରିତସର ସହରରେ ଗତକାଲି ମଧ୍ୟରାତ୍ରୀରେ ଶୁଣିବାକୁ ମିଳିଥିଲା ଏହି ଏକ ଶବ୍ଦ । ତେବେ ଏହି ଶବ୍ଦ କେଉଁଠି ଆସିଥିଲା କିଏ କରିଥିଲା ସେ ନେଇ ଏଯାବତ୍ କୌଣସି ସୂଚନା ମିଳିପାରିନାହିଁ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଜୋର ଧରିଛି ଚର୍ଚ୍ଚା ।

ଫଟୋ ସୌଜନ୍ଟ: ANI
author img

By

Published : Mar 15, 2019, 1:45 PM IST

ପଞ୍ଜାବ: ଗତକାଲି ମଧ୍ୟରାତ୍ରୀରେ ଶୁଣିବାକୁ ମିଳିଥିଲା ଏକ ଶବ୍ଦ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଜୋର ଧରିଛି ଚର୍ଚ୍ଚା । ପଞ୍ଜାବର ଅମ୍ରିତସର ସହରରେ ଗତକାଲି ମଧ୍ୟରାତ୍ରୀରେ ଶୁଣିବାକୁ ମିଳିଥିଲା ଏହି ଶବ୍ଦ । ତେବେ ଏହି ଶବ୍ଦ କେଉଁଠି ଆସିଥିଲା କିଏ କରିଥିଲା ସେ ନେଇ ଏଯାବତ୍ କୌଣସି ସୂଚନା ମିଳିପାରିନାହିଁ ।

ମାତ୍ର ଏହି ଖବର ଏବେ ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପିବାରେ ଲାଗିଛି । ତେବେ ସେଠାକାର କିଛି ସ୍ଥାନୀୟ ଲୋକେ ଏହି ଶବ୍ଦ ଶୁଣିବାପରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି ।

ମିଳିଥିବା ସୂଚନା ଅନୁସାରେ, ରାତିର ପ୍ରାୟ 1ଟା ବେଳେ ସହରବାସୀ ଏକ ଶବ୍ଦ ଶୁଣିଥିଲେ । ଏହାକୁ ନେଇ କିଛି ଲୋକ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରିଥିଲେ । ଯାହାକୁ ନେଇ କିଛି ଲୋକ ପଞ୍ଜାବରେ ଧମାକା ହୋଇଥିବା ମଧ୍ୟ କହିଥିଲେ । କିନ୍ତୁ ସ୍ଥାନୀୟ ପୋଲିସ୍ ଏବଂ ପ୍ରଶାସନ ଏ ସମ୍ପର୍କରେ କୌଣସି ସୂଚନା ନଥିବାର କହିଛି ।

ଏହାସହ ପୋଲିସ ମଧ୍ୟରାତ୍ରୀରେ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କୌଣସି ଗୁଜବ ଉପରେ ଧ୍ୟାନ ନଦେବା ପାଇଁ କହିଥିଲା ।

ଏଠାରେ ସୂଚନାଯୋଗ୍ୟ, ପଞ୍ଜାବର ଅମୃତସର ଭାରତ-ପାକ୍ ସୀମାର 33 କିମି ଦୂରରେ ଅବସ୍ଥିତ । ଯେଉଁ କାରଣରୁ ଲୋକେ ଏହାକୁ ପାକ ଦ୍ବାରା କୌଣସି ବିସ୍ଫୋରଣ କିମ୍ବା ଆକ୍ରମଣ ବୋଲି ଭାବୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.