ETV Bharat / bharat

ଦିଲ୍ଲୀ ମହିଳା କଂଗ୍ରେସର ନୂତନ ସଭାପତି ଭାବରେ ନିଯୁକ୍ତ ହେଲେ ଅମ୍ରିତା ଧାୱନ - Amrita Dhawan Appointed New Delhi Mahila Congress Chief

ଗତକାଲି କଂଗ୍ରେସ ଅମ୍ରିତା ଧାୱନଙ୍କୁ ଶର୍ମିଷ୍ଠା ମୁଖାର୍ଜୀଙ୍କ ସ୍ଥାନରେ ଦିଲ୍ଲୀ ମହିଳା କଂଗ୍ରେସର ନୂତନ ସଭାପତି ଭାବରେ ନିଯୁକ୍ତ କରିଛି। ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି ବୋଲି ଏକ ପାର୍ଟି ରିଲିଜରେ କୁହାଯାଇଛି ।

ଦିଲ୍ଲୀ କଂଗ୍ରେସର ନୂତନ ସଭାପତି ଭାବରେ ନିଯୁକ୍ତ ହେଲେ ଅମ୍ରିତା ଧାୱନ

author img

By

Published : Sep 25, 2020, 12:21 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କଂଗ୍ରେସର ନୂତନ ସଭାପତି ଭାବରେ ନିଯୁକ୍ତ ହେଲେ ଅମ୍ରିତା ଧାୱନ। ଶର୍ମିଷ୍ଠା ମୁଖାର୍ଜୀଙ୍କ ସ୍ଥାନରେ ଅମ୍ରିତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି ବୋଲି ଏକ ପାର୍ଟି ରିଲିଜରେ କୁହାଯାଇଛି। ଏହାସହ ଶର୍ମିଷ୍ଠା ମୁଖାର୍ଜୀଙ୍କ ଅବଦାନକୁ ମଧ୍ୟ ଦଳ ପ୍ରଶଂସା କରିଛି।

ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ଦଳର ନେତାମାନଙ୍କୁ ଦିଲ୍ଲୀ ମହିଳା କଂଗ୍ରେସ ମୁଖ୍ୟ ଭାବରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଏକ ଟ୍ବିଟରେ ଧନ୍ୟବାଦ ଜଣାଇଛନ୍ତି।

ସେ ମହିଳା କଂଗ୍ରେସ ମୁଖ୍ୟ ସୁସ୍ମିତା ଦେବଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ପାର୍ଟି ମୋତେ ଯେକୌଣସି କାର୍ଯ୍ୟ ପାଇଁ ଉପଯୁକ୍ତ ମନେ କରେ ମୁଁ ତାହା କରିବାକୁ ପ୍ରସ୍ତୁତ ଅଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.