ETV Bharat / bharat

କୋରୋନା ନିୟନ୍ତ୍ରଣରେ ଭାରତ ଦ୍ବିତୀୟ

ପରୀକ୍ଷଣ ପଜିଟିଭ୍ ରେଟ୍ ତଥା ଟିପିଆର ଅନୁସାରେ ଭାରତ କୋଭିଡ୍-19ର ପ୍ରସାରକୁ ନିୟନ୍ତ୍ରଣ କରିଛି । ସଂକ୍ରମଣର ଗତିକୁ ନେଇ ଟିପିଆର ତାଲିକା ପ୍ରସ୍ତୁତ ହୋଇଛି ।

author img

By

Published : Apr 21, 2020, 9:57 AM IST

india in second position in corona virus control
କୋରୋନା ନିୟନ୍ତ୍ରଣରେ ଦ୍ବିତୀୟରେ ରହିଛି ଭାରତ

ନୂଆଦିଲ୍ଲୀ: ଭାରତରେ 20 ଏପ୍ରିଲ ସୁଦ୍ଧା ପ୍ରାୟ 18 ହଜାରରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସିଛି । ଗତ ଦୁଇ ମାସ ମଧ୍ୟରେ 4 ଲକ୍ଷରୁ ଅଧିକ ଲୋକଙ୍କର କୋରୋନା ପରୀକ୍ଷା ସରିଛି। ତଥାପି, ପରୀକ୍ଷଣ ପଜିଟିଭ୍ ରେଟ୍ ଯଥା TPR ଦର୍ଶାଏ ଯେ ଭାରତ କୋଭିଡ୍ -19 ର ପ୍ରସାରକୁ ନିୟନ୍ତ୍ରଣ କରିଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ବାରା ପ୍ରକାଶିତ ଲ୍ୟାବ ପରୀକ୍ଷା ତଥ୍ୟ ଅନୁଯାୟୀ, ଭାରତରେ ହାରାହାରି 23 ଜଣଙ୍କ ମଧ୍ୟରୁ ଜଣେ କୋରୋନା ସଂକ୍ରମିତ ହେଉଛନ୍ତି । କହିବାକୁ ଗଲେ, ଏପ୍ରିଲ 19 ପର୍ଯ୍ୟନ୍ତ ଭାରତରେ ଟିପିଆର ପ୍ରାୟ 4 ପ୍ରତିଶତ ଥିଲା। ଏହା ଦୁନିଆର କେତେକ ପ୍ରଭାବିତ ଦେଶ ତୁଳନାରେ କମ୍ ଅଟେ। ଏହି ପରିପ୍ରେକ୍ଷୀରେ ଦକ୍ଷିଣ କୋରିଆର ଉନ୍ନତ ପ୍ରଦର୍ଶନ ରହିଛି, ଯାହାର ଟିପିଆର 1.9 ପ୍ରତିଶତ ଅଟେ।

ବ୍ରାଜିଲର ଟିପିଆର ହେଉଛି 6.4 ପ୍ରତିଶତ । ଏହା ପରେ ଜର୍ମାନୀ (7.7 ପ୍ରତିଶତ), ଜାପାନ (8.8 ପ୍ରତିଶତ), ଇଟାଲୀ (13.2 ପ୍ରତିଶତ), ସ୍ପେନ୍ (18.2 ପ୍ରତିଶତ) ଏବଂ ଆମେରିକା (19.3 ପ୍ରତିଶତ) ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.