ଚେନ୍ନାଇ: ତାମିଲନାଡୁର କୋରୋନା ସ୍ଥିତି ସାଙ୍ଘାତିକ ହୋଇଛି । ମହାରାଷ୍ଟ୍ର ପରେ ଦେଶର ଦ୍ବିତୀୟ ରାଜ୍ୟ ଭାବେ ଏଠାରେ 50 ହଜାର ପାର କରିଛି କୋରୋନା ଆକ୍ରାନ୍ତ । ସବୁଠାରୁ ଅଧିକ ଆକ୍ରାନ୍ତ ଚେନ୍ନାଇରେ ବାହାରିଛନ୍ତି ।
ପରିସ୍ଥିତି ଦେଖି ସହରରେ ଏବେ ବି ଲକଡାଉନ ଜାରି ରହିଛି । ରେଡ୍ ଜୋନରେ ଚେନ୍ନାଇର ଅନେକ ଜାଗା ରହିଛି । ଏହି ଅବସରରେ ଚେନ୍ନାଇ ମେଟ୍ରୋପୋଲିଟାନ୍ ପୋଲିସ ଅଧୀନରେ ଆସୁଥିବା ସମସ୍ତ ଜାଗାରେ ମାଗଣାରେ ଖାଦ୍ୟ ବାଣ୍ଟିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଗରିବ ଓ ଅସହାୟଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ବଣ୍ଟାଯିବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନିସାମି ସୂଚନା ଦେଇଛନ୍ତି ।
ଏଥିପାଇଁ ଆମ୍ମା କ୍ୟାଣ୍ଟିନର ସାହାଯ୍ୟ ନିଆଯିବ । ଏବେ ଲକଡାଉନ ଜାରି ଥିବାବେଳେ କ୍ୟାଣ୍ଟିନରେ ଖାଦ୍ୟ ପ୍ରସ୍ତୁତ କରି ଜୁନ୍ 19ରୁ 30 ଯାଏଁ ଏହି ସମସ୍ତ ଜାଗାରେ ମାଗଣା ଖାଦ୍ୟ ବଣ୍ଟାଯିବ । ସେହିପରି ଗରିବ ଓ ଅସହାୟଙ୍କୁ ଖାଦ୍ୟ ରାନ୍ଧି ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମେଟ୍ରୋସିଟିର ସମସ୍ତ କମ୍ୟୁନିଟି ହଲକୁ ନିର୍ଦ୍ଦେଶ ଦେଇଛନ୍ତି ।
ଲକଡାଉନରେ ଚେନ୍ନାଇରେ ମାଗଣା ଖାଦ୍ୟ ଯୋଗାଇବ ଆମ୍ମା କ୍ୟାଣ୍ଟିନ - ଲକଡାଉନରେ ଚେନ୍ନାଇବାସୀଙ୍କୁ ମାଗଣା ଖାଦ୍ୟ ଯୋଗାଇବ ଆମ୍ମା କ୍ୟାଣ୍ଟିନ
ମହାରାଷ୍ଟ୍ର ପରେ ଦେଶର ଦ୍ବିତୀୟ ରାଜ୍ୟ ଭାବେ ଏଠାରେ 50 ହଜାର ପାର କରିଛି କୋରୋନା ଆକ୍ରାନ୍ତ । ସବୁଠାରୁ ଅଧିକ ଆକ୍ରାନ୍ତ ଚେନ୍ନାଇରେ ବାହାରିଛନ୍ତି । ଅଧିକ ପଢନ୍ତୁ..