ଗାନ୍ଧୀନଗର: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶରେ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି । ଅନ୍ୟପକ୍ଷେ ଏହି ଆଇନ ସପକ୍ଷରେ ବିଭିନ୍ନ ରାଜ୍ୟରେ ଚାଲିଛି ସମର୍ଥନ ରାଲି । ଏପରି ସ୍ଥିତିରେ ସିଏଏକୁ ସମର୍ଥନ ଜଣାଇ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆସିଛି ସାଢେ 5 ଲକ୍ଷ ପୋଷ୍ଟକାର୍ଡ। ମୋଦିଙ୍କୁ ଧନ୍ୟବାଦ ଜଣାଇ ଗୁଜୁରାଟର ଅହମଦାବାଦବାସୀ ପଠାଇଥିବା ଏହି ପୋଷ୍ଟକାର୍ଡକୁ ରବିବାର ରିଲିଜ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ପୋଷ୍ଟକାର୍ଡରେ ଲେଖା ହୋଇଥିବା ଧନ୍ୟବାଦ କେବଳ ଏକ ଶବ୍ଦ ନୁହେଁ ବରଂ ହୃଦୟରୁ ଲେଖା ହୋଇଥିବା ଏକ ପତ୍ର ବୋଲି ଗୃହମନ୍ତ୍ରୀ ଶାହ କହିଛନ୍ତି। ସିଏଏ ବିରୁଦ୍ଧରେ ପ୍ରଚାରିତ ମିଥ୍ୟା ପାଇଁ ବିଜେପିର ଜନସମ୍ପର୍କ ଅଭିଯାନ ସଠିକ୍ ଉତ୍ତର ବୋଲି ନିଜର ବିଧାନସଭା ଆସନ ନାରଣପୁରାର ଠାରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଗୃହମନ୍ତ୍ରୀ ଶାହ।