ETV Bharat / bharat

ଗୁଜୁରାଟରେ ବନ୍ୟା ପରିସ୍ଥିତି: ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ସହ କଥା ହେଲେ ଅମିତ ଶାହ

author img

By

Published : Aug 15, 2020, 12:24 AM IST

ଗୁଜୁରାଟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ସହ କଥାବାର୍ତ୍ତା କରିଛନ୍ତି ।

ଗୁଜୁରାଟରେ ବନ୍ୟା ପରିସ୍ଥିତି: ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ସହ କଥା ହେଲେ ଅମିତ ଶାହ
ଗୁଜୁରାଟରେ ବନ୍ୟା ପରିସ୍ଥିତି: ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ସହ କଥା ହେଲେ ଅମିତ ଶାହ

ନୂଆଦିଲ୍ଲୀ: ଗୁଜୁରାଟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ସହ କଥାବାର୍ତ୍ତା କରିଛନ୍ତି । ପ୍ରବଳ ବର୍ଷା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉପୁଜିବାକୁ ଥିବା ପରିସ୍ଥିତି ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଗୃହମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।

ଗୁଜରାଟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏବଂ ରାଜ୍ୟ ମୁଖ୍ୟ ସଚିବଙ୍କ ସହ କଥାବାର୍ତ୍ତା ହୋଇଥିବା ନେଇ ଅମିତ ଶାହ ଟ୍ବିଟରରେ ଉଲ୍ଲେଖ କରୁଛନ୍ତି । କେନ୍ଦ୍ରର ସମସ୍ତ ପ୍ରକାର ସହାୟତା ସୁନିଶ୍ଚିତ କରିଥିବା ସେ ଏଥିରେ ଉଲ୍ଲେଖ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏନଡିଆରଏଫର 14 ଟିମକୁ ରାଜ୍ୟରେ ସତର୍କ ରଖାଯାଇଛି ଏବଂ ଆବଶ୍ୟକ ସ୍ଥଳେ ଅନ୍ୟ ଦଳ ମଧ୍ୟ ତୁରନ୍ତ ପଠାଯିବ। ଏହାପୂର୍ବରୁ ଶୁକ୍ରବାର ଗୁଜୁରାଟର ସୁରଟ ସହରର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ପରେ ପାଣି ଜମା ହୋଇଥିବା ଖବର ଦେଖିବାରକୁ ମିଳିଥିଲା।

ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଅଗଷ୍ଟ 14 ଓ ଅଗଷ୍ଟ 15ରେ ଗୁଜୁରାଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.