ETV Bharat / bharat

ଚୀନ ସହ ସୀମା ବିବାଦ ଶୀଘ୍ର ସମାଧାନ ହେବ ବୋଲି ଆଶା: ଅମିତ ଶାହା - ଚୀନ ସହ ସୀମା ବିବାଦ

ବର୍ତ୍ତମାନର ସୀମା ବିବାଦକୁ ନେଇ କୂଟନୈତିକ ଏବଂ ସାମରିକ ସ୍ତରରେ ଚୀନ୍ ସହ ଆଲୋଚନା ଚାଲିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ଏଥିସହ ମୁଁ ଆଶା କରୁଛି ଚୀନ ସହ ସୀମା ବିବାଦ ଶୀଘ୍ର ସମାଧାନ ହେବ ବୋଲି ଅମିତ ଶାହ କହିଛନ୍ତି ।

amit shah
ମୁଁ ଆଶା କରୁଛି ଚୀନ ସହ ସୀମା ବିବାଦ ଶୀଘ୍ର ସମାଧାନ ହେବ
author img

By

Published : Jun 1, 2020, 11:38 AM IST

ନୂଆଦିଲ୍ଲୀ: ବର୍ତ୍ତମାନର ସୀମା ବିବାଦକୁ ନେଇ କୂଟନୈତିକ ଏବଂ ସାମରିକ ସ୍ତରରେ ଚୀନ୍ ସହ ଆଲୋଚନା ଚାଲିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ଏଥିସହ ମୁଁ ଆଶା କରୁଛି ଚୀନ ସହ ସୀମା ବିବାଦ ଶୀଘ୍ର ସମାଧାନ ହେବ ବୋଲି ଅମିତ ଶାହ କହିଛନ୍ତି ।

ଏଥିସହିତ ପାକିସ୍ତାନକୁ ସ୍ପଷ୍ଟ ଚେତାବନୀ ଦେଇ ଶାହା କହିଛନ୍ତି, ଭାରତ ନିଜ ସୀମାରେ କୌଣସି ଉଲ୍ଲଂଘନକୁ ବରଦାସ୍ତ କରିବ ନାହିଁ ଏବଂ ଏଭଳି ପଦକ୍ଷେପର ଉଚିତ୍ ଯବାବ ଦିଆଯିବ। ଅମିତ୍ ଶାହ ଲଦାଖ ଏବଂ କିଛି ଅନ୍ୟ ଅଞ୍ଚଳ ସହ ଚୀନର ସୀମା ବିବାଦ ଏବଂ ଦୁଇ ଦେଶର ଯବାନଙ୍କ ମଧ୍ୟରେ ବିବାଦର ଭିଡିଓ ଓ ଫଟୋ ଉପରେ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି, ନରେନ୍ଦ୍ର ମୋଦୀ ସରକାର ନିଜ ଆନ୍ତର୍ଜାତୀୟ ସୀମାକୁ ଦୁର୍ବଳ ହେବାକୁ ଦେବେ ନାହିଁ ଏବଂ ଦେଶର ସାର୍ବଭୌମତ୍ୱ ରକ୍ଷା ପାଇଁ ସେ ସମସ୍ତ ପଦକ୍ଷେପ ନେବେ। ଏ ବାବଦରେ କାହାର କୌଣସି ସନ୍ଦେହ ରହିବା ଉଚିତ୍ ନୁହେଁ।

ସୀମାରେ ପାକିସ୍ତାନର କାର୍ଯ୍ୟ ବିଷୟରେ ପଚରାଯିବାରୁ ଶାହା କହିଛନ୍ତି, ଭାରତ କେବେ ବିସ୍ତାରବାଦୀ ନୀତି ଗ୍ରହଣ କରିନାହିଁ କିନ୍ତୁ ଭାରତ ନିଜ ସୀମାରେ କୌଣସି ଉଲ୍ଲଂଘନକୁ ବରଦାସ୍ତ କରିବ ନାହିଁ। ଯଦି ପାକିସ୍ତାନ ଏପରି କୌଣସି ପଦକ୍ଷେପ ଗ୍ରହଣ କରୁଛି ତେବେ ଆମେ ତାହାର କଡା ଯବାବ ଦେବୁ । ଏହା ଆମର କର୍ତ୍ତବ୍ୟ ଏବଂ ଏବଂ ଦାୟିତ୍ବ ଅଟେ।

କୋରୋନା ବିରୋଧରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଗୃହମନ୍ତ୍ରୀ କହିଛନ୍ତି ଯେ, ଏହି ମହାମାରୀ ମୁକାବିଲାରେ ମୋଦି ସରକାର ସଫଳ ହୋଇଛନ୍ତି। ଏହା ଜଣାନାହିଁ ଯେ ଟିକା ଏବଂ ଔଷଧ କେବେ ଆସିବ । ଲୋକ କେତେ ଦିନ ସେମାନଙ୍କ ଘରେ ରହିବେ ? କିନ୍ତୁ ମୁଁ ନିଦ୍ବନ୍ଦ ହୋଇ କହିବି ଭାରତ ଏବଂ ନରେନ୍ଦ୍ର ମୋଦିଙ୍କ କୋରୋନା ବିରୋଧରେ ଯୁଦ୍ଧ ସଫଳ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.