ETV Bharat / bharat

‘ମୋଦି-ଶାହା, କୃଷ୍ଣ-ଅର୍ଜୁନଙ୍କ ଯୋଡି’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ପ୍ରଂଶସା କରିଛନ୍ତି ତାମିଲ ସୁପରଷ୍ଟାର ରଜନୀକାନ୍ତ । ଏହାସହ ମୋଦି-ଶାହାଙ୍କ ଯୋଡିକୁ କୃଷ୍ଣ-ଅର୍ଜୁନଙ୍କ ଯୋଡି ସହ ଯୋଡିଛନ୍ତି ରଜନୀ ।

author img

By

Published : Aug 11, 2019, 2:08 PM IST

Updated : Aug 11, 2019, 3:49 PM IST

ଫଟୋ ସୌଜନ୍ୟ: ଏଏନଆଇ

ଚେନ୍ନାଇ: ଧାରା 370 ଯୁଗ ଶେଷ । ଧାରା ୩୫(ଏ) ଵି ଉଚ୍ଛେଦ କରିଛନ୍ତି ମୋଦି ସରକାର । ଦୁଇ ଭାଗ ହୋଇଛି ଜାମ୍ମୁ-କାଶ୍ମୀର । ଜାମ୍ମୁ ଓ କାଶ୍ମୀର ଠାରୁ ଲଦାଖ ଅଲଗା ହୋଇଛି । ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ପ୍ରଂଶସା କରିଛନ୍ତି ତାମିଲ ସୁପରଷ୍ଟାର ରଜନୀକାନ୍ତ । ଏହାସହ ମୋଦି-ଶାହାଙ୍କ ଯୋଡିକୁ କୃଷ୍ଣ-ଅର୍ଜୁନଙ୍କ ଯୋଡି ସହ ଯୋଡିଛନ୍ତି ରଜନୀ ।

ରବିବାର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଉପରେ ଲିଖିତ ‘ଲିସିନିଂଗ, ଲର୍ଣ୍ଣିଂ ଓ ଲିଡିଂ’ ପୁସ୍ତକ ଉନ୍ନୋଚନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇ 'ମିଶନ କାଶ୍ମୀର' ପାଇଁ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି ରଜନୀକାନ୍ତ । ଏଥିସହ ମହାଭାରତର କୃଷ୍ଣ-ଅର୍ଜୁନଙ୍କ ଯୋଡି ସହ ମୋଦି-ଶାହାଙ୍କୁ ତୁଳନା କରିଛନ୍ତି । ମାତ୍ର ବ୍ୟଙ୍ଗତ୍ମାକ ଢଙ୍ଗରେ କିଏ କୃଷ୍ଣ, କିଏ ଅର୍ଜୁନ ନକହି ସମସ୍ତଙ୍କୁ ଏକଥା ଜଣା ବୋଲି କହିଛନ୍ତି ଦକ୍ଷିଣ ସୁପରଷ୍ଟାର । ସଂସଦରେ ଅମିତ ଶାହାଙ୍କ ଭାଷଣକୁ ଭୁରି-ଭୁରି ପ୍ରଶଂସା କରିଥିଲେ ରଜନୀକାନ୍ତ ।

ପୁସ୍ତକ ଉନ୍ମୋଚନ ଉତ୍ସବରେ ସର୍ବଦା ଜନତାଙ୍କ ମଙ୍ଗଳ କାମନା କରୁଥିବା ନେତା ଭେଙ୍କେୟା ନାଇଡୁ ବୋଲି ସେ କହିଛନ୍ତି । ଭୁଲବଶତଃ ସେ ଜଣେ ନେତା ହୋଇଯାଇଛନ୍ତି ବାସ୍ତବରେ ସେ ଜଣେ ଦକ୍ଷ ଆଧ୍ୟାତ୍ମିକ ଲିଡ୍‌ର ବୋଲି କହିଛନ୍ତି ରଜନୀକାନ୍ତ ।

Intro:Body:

BLANK

Conclusion:
Last Updated : Aug 11, 2019, 3:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.