ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିବା ପରେ ଅମିତ ଶାହ ଆଜି(ରବିବାର) ରାଷ୍ଟ୍ରୀୟ ପୋଲିସ ସ୍ମାରକ ପହଞ୍ଚିଛନ୍ତି । ସେ ସେଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପୋଲିସ ମ୍ୟୁଜିୟମ ବୁଲି ଦେଖିଛନ୍ତି ।
ସୂଚନାଥାଉକି, ଗତକାଲି(ଶନିବାର) ନିଜର କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଅମିତ ଶାହ । ତାଙ୍କ ସହ ଦୁଇ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ କିସନ ରେଡ୍ଡୀ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଦାୟିତ୍ବ ନେବା ପରେ ଗତକାଲି ସେ ଜମ୍ମୁ କାଶ୍ମୀରର ରାଜ୍ୟପାଳଙ୍କୁ ଭେଟିଥିଲେ ।