ETV Bharat / bharat

ସମ୍ଭାବ୍ୟ ବାତ୍ୟା ନିସାର୍ଗର ମୁକାବିଲା ପାଇଁ ଶାହାଙ୍କ ସମୀକ୍ଷା ବୈଠକ - amit-shah-meets-ndma-ndrf-imd-indian-coast-guard

ଆରବ ସାଗରରେ ଘନୀଭୂତ ହେଉଛି ସାଇକ୍ଲୋନିକ୍ ଷ୍ଟର୍ମ ନିସାର୍ଗ। ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିକ ଶାହା ସମ୍ଭାବ୍ୟ ବାତ୍ୟାକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି।

ସମ୍ଭାବ୍ୟ ବାତ୍ୟା ନିସାର୍ଗର ମୁକାବିଲା ପାଇଁ ଶାହାଙ୍କ ସମୀକ୍ଷା ବୈଠକ

author img

By

Published : Jun 2, 2020, 10:16 AM IST

ନୂଆଦିଲ୍ଲୀ: ଆରବ ସାଗରରେ ଘନୀଭୂତ ହେଉଛି ସାଇକ୍ଲୋନିକ୍ ଷ୍ଟର୍ମ ନିସାର୍ଗ। ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିକ ଶାହା ସମ୍ଭାବ୍ୟ ବାତ୍ୟାକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବାତ୍ୟାର ସଫଳ ମୁକାବିଲା ପାଇଁ ଶାହା ଏନଡିଏମଏ, ଏମଡିଆରଏଫ୍, ଆଇଏମଡି ଏବଂ ଭାରତୀୟ ତଟରକ୍ଷୀ ବାହିନୀର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଏହି ବାତ୍ୟାର ପ୍ରଭାବ ମହାରାଷ୍ଟ୍ର, ଗୁଜୁରାଟ ଏବଂ ଡାମନ ଏବଂ ଡିଉର କିଛି ଅଂଶରେ ପଡିବ ବୋଲି ଆଶା କରାଯାଉଛି। ଏହାସହ ଶାହା ଗୁଜୁରାଟ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏବଂ ଉଦ୍ଧବ ଠାକରେ ଏବଂ ଦାଦ୍ରା ଏବଂ ନାଗର ହାଭେଲି ଏବଂ ଡାମନ ଏବଂ ଡିୟୁ ପ୍ରଫୁଲ୍ଲ ପଟେଲଙ୍କ ସହ ଏକ ଭିଡିଓ କନଫରେନ୍ସ ବୈଠକ କରିଛନ୍ତି।

ତଳିଆ ଓ ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଏନଡିଆରଏଫ୍ ଟିମକୁ ନିୟୋଜିତ କରାଯାଇଛି। ଏହା ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇ କହିଛି ଯେ, ଦକ୍ଷିଣ-ପୂର୍ବ ଏବଂ ଏହାର ପୂର୍ବ-ମଧ୍ୟ-ଆରବ ସାଗର ଏବଂ ଲାକ୍ଷାଦ୍ୱୀପ ଅଞ୍ଚଳରେ ଏହି ବାତ୍ୟା ଅବପାତର ରୂପ ନେବ। ଯାହା ଫଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.