ETV Bharat / bharat

କର୍ଣ୍ଣାଟକରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ - karnatak politics

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 2 ଦିନିଆ କର୍ଣ୍ଣାଟକ ଗସ୍ତରେ ଯାଇଥିବାବେଳେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ କିଛି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଅଧିକ ପଢନ୍ତୁ....

କର୍ଣ୍ଣାଟକରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

author img

By

Published : Jan 17, 2021, 6:14 AM IST

ବେଙ୍ଗାଲୁରୁ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 2 ଦିନିଆ କର୍ଣ୍ଣାଟକ ଗସ୍ତରେ ଯାଇଥିବାବେଳେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ କିଛି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଶିବମୋଗାରେ ଭଦ୍ରାବତୀ ରାପିଡ୍ ଆକ୍ସନ୍ ଫୋର୍ସ (ଆରଏଫ୍) କେନ୍ଦ୍ରର ମୂଳଦୁଆ ପକାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ଏବଂ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ ।

କର୍ଣ୍ଣାଟକରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭଦ୍ରାବତୀ ପୋଲିସ ଡିଆର ଗ୍ରାଉଣ୍ଡରେ ଆରଏଫ୍ ୟୁନିଟ୍ ପ୍ରତିଷ୍ଠା କରାଯିବ। ଅମିତ ଶାହା ଭଦ୍ରାବତୀର ଆରଏଫ ୟୁନିଟ୍ ନିକଟ ହେଲିପ୍ୟାଡରେ ସେନା ହେଲିକପ୍ଟରରେ ପହଞ୍ଚି ସେଠାରେ ଭୁମିପୋଜାରେ ଅଂଶଗ୍ରହଣ କରି ୟୁନିଟ୍ ପାଇଁ ଶିଳାନ୍ୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀ ୟେଦୁରୁପ୍ପା, ଡିସିଏମ ଗୋବିନ୍ଦ କରଜୋଲା, ଡିସିଏମ ଅଶ୍ବତ ନାରାୟଣ, ମନ୍ତ୍ରୀ ଇଶ୍ବରପ୍ପା, ସାଂସଦ ରାଘବେନ୍ଦ୍ର, ଭଦ୍ରାବତୀ ବିଧାୟକ ସଙ୍ଗମେଶ୍ବର ଏବଂ ଆରଏଫର ଡିଜି ମହେଶ୍ବରୀ ମଧ୍ୟ ଉପସ୍ଥିତ ଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଜନସଭାକୁ ସମ୍ବୋଧିତ କରି ଶାହ କହିଛନ୍ତି ଏକ ବର୍ଷରୁ ଅଧିକ ସମୟରୁ ଊର୍ଦ୍ଧ୍ବ ସମୟ ଧରି କୋଭିଡ ବିରୋଧରେ ଦେଶ ଯୁଦ୍ଧ କରି ଆସୁଛି । ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ମାନବଜାତି ଇତିହାସରେ ଏହା ସବୁଠାରୁ କଠିନ ଯୁଦ୍ଧ ହୋଇଛି | କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ କରୋନା ବିରୋଧୀ ଲଢେଇ ସଫଳତାର ସହ ଲଢିବାରେ ସଫଳ ହୋଇଛି ।

ସମସ୍ତ ଭାରତୀୟଙ୍କ ପାଇଁ ଏହା ଏକ ଖୁସିର ବିଷୟ ଯେ ଭାରତରେ ତିଆରି ଦୁଇଟି ଟୀକା ଏବେ ସଫଳତାର ସହ ବ୍ୟବହାର କ୍ଷମ ହୋଇ ପାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.