ETV Bharat / bharat

ଆଜି ହରିୟାଣାରେ ଗର୍ଜିବେ ଗୃହମନ୍ତ୍ରୀ, 3ଟି ରାଲିକୁ କରିବେ ସମ୍ବୋଧନ

author img

By

Published : Oct 14, 2019, 3:31 PM IST

ଆଗକୁ ଆସୁଛି ହରିୟାଣା ବିଧାନସଭା ନିର୍ବାଚନ । ସରଗରମ ହେଉଛି ରାଜନୀତି । ଏନେଇ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

ଫାଇଲ ଫଟୋ

ଚଣ୍ଡିଗଡ: ଆଗକୁ ଆସୁଛି ହରିୟାଣା ବିଧାନସଭା ନିର୍ବାଚନ । ସରଗରମ ହେଉଛି ରାଜନୀତି । ଏନେଇ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ହରିୟାଣା ନିର୍ବାଚନୀ ପ୍ରଚାର ମଇଦାନରେ ଗୃହମନ୍ତ୍ରୀ 3ଟି ରାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

କେବେ ଓ କେଉଁଠି ହେବ ଅମିତ ଶାହଙ୍କ ରାଲି:

ସୋମବାର ହରିୟାଣା ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଫତେହାବାଦର ଟୋହାନା ନିର୍ବାଚନମଣ୍ଡଳୀ ପାଇଁ ଶାହ ରାଲି କରିବେ । ଏଥିସହ ଏଠାରେ ରତିୟା ଓ ନରବାନା ନିର୍ବାଚନମଣ୍ଡଳୀ ପାଇଁ ମଧ୍ୟ ସଂଯୁକ୍ତ ଭାବେ ରାଲି କରିବାର ଯୋଜନା ରହିଛି।

ଟୋହାନା ପରେ ଶାହଙ୍କର ସିରସା ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଏୈଲାନାବାଦ ନିର୍ବାଚନମଣ୍ଡଳୀ ପାଇଁ ସେ ରାଲି କରିବେ । ଏଠାରେ ସେ ଦଳୀୟ ପ୍ରାର୍ଥୀ ପବନ ବେନିୱାଲ ଓ ରତିୟାରୁ ରାମଚନ୍ଦ୍ର କମ୍ବୋଜଙ୍କ ପାଇଁ ଭୋଟ ମାଗିବେ । ଏହାପରେ ସିରସାରୁ ହିସାର ଜିଲ୍ଲା ଗସ୍ତ କରି ନାରନୌନ୍ଦ ନିର୍ବାଚନମଣ୍ଡଳୀରେ ଜନସଭା ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି ।

ହରିୟାଣାରେ ଗୃହମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏନେଇ 450ଜଣ ପୋଲିସ ଯବାନଙ୍କୁ ମୁତୟନ କରାଯିବା ସହ ଜିଲ୍ଲାର 6 ଡିଏସପି ଓ 12 ଇନସ୍ପେକ୍ଟରଙ୍କ ସମେତ ଅନେକ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏଥିସହ କାର୍ଯ୍ୟକ୍ରମ ପାଇଁ ପଞ୍ଜାବ ସୀମାକୁ ସୁରକ୍ଷା ଦୃଷ୍ଟିରୁ ସିଲ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

dummy

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.