ETV Bharat / bharat

ମମତାଙ୍କ ବଡ ବୟାନ, ଆଦିବାସୀ ପରିବାର ରାନ୍ଧିଥିବା ଖାଦ୍ୟ ଖାଇନାହାଁନ୍ତି ଅମିତ‌ ଶାହା

ଗୃହମନ୍ତ୍ରୀ ଅମିତ‌ ଶାହାଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟାର୍ଗେଟ । ଆଦିବାସୀ ପରିବାର ରାନ୍ଧିଥିବା ଖାଦ୍ୟକୁ‌ ଶାହା ଖାଇନଥିବା କହିଲେ ମମତା । ଅଧିକ ପଢନ୍ତୁ...

ମମତା ବାନାର୍ଜୀଙ୍କ ବଡ ବୟାନ
ମମତା ବାନାର୍ଜୀଙ୍କ ବଡ ବୟାନ
author img

By

Published : Nov 23, 2020, 7:23 PM IST

କୋଲକାତା: ଗୃହମନ୍ତ୍ରୀ ଅମିତ‌ ଶାହାଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ଗସ୍ତ ସମୟରେ ଅମିତ ଶାହା ଜଣେ ଆଦିବାସୀ କର୍ମୀଙ୍କ ଘରେ ଖାଇଥିବାର ଫଟୋ ସେୟାର କରିଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ମମତା । ଆଦିବାସୀ ପରିବାର ପ୍ରସ୍ତୁତ କରିଥିବା ଖାଦ୍ୟ ଅମିତ୍‌ ଶାହ ନଖାଇ ବାହାରୁ ମଗାଇ ଖାଇଥିବା ସେ କହିଛନ୍ତି ।

କେବଳ ଲୋକଦେଖାଣିଆ ପାଇଁ ସେ ଆଦିବାସୀଙ୍କ ଘରେ ଖାଇଥିବା ଦେଖାଉଥିବା ମମତା ଦର୍ଶାଇଛନ୍ତି । ବାଙ୍ଗୁର ଜିଲ୍ଲା ମମତା ରବିବାର ଗସ୍ତ କରିଥିବାବେଳେ ଏପରି ଅଭିଯୋଗ ଆଣିଛନ୍ତି । ଗୃହମନ୍ତ୍ରୀ ଅମିତ‌ ଶାହା ପଶ୍ଚିମବଙ୍ଗ ଗସ୍ତ ସମୟରେ ବାଙ୍ଗୁର ଜିଲ୍ଲା ଗସ୍ତ କରିଥିଲେ ।

ସେଠାରେ ଦଳୀୟ କର୍ମୀଙ୍କ ସହିତ ଆଲୋଚନା କରିବା ସହ ଜଣେ ଆଦିବାସୀ କର୍ମୀଙ୍କ ଘରେ ଖାଉଥିବାର ଫଟୋ ସେୟାର କରିଥିଲେ । ଯାହାକୁ ନେଇ ମମତା ରବିବାର ଶାହା‌ଙ୍କୁ ଟାର୍ଗେଟ କରିଛନ୍ତି ।

ସୂଚନାଥାଉକି, 2021 ମସିହାରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ । ଯାହାକୁ ନେଇ ଏବେଠୁ ସମସ୍ତ ଦଳ ନିଜ ନିଜ ରଣନୀତି ଆରମ୍ଭ କରିବା ସହ ପରସ୍ପର ଆରୋପ ପ୍ରତ୍ୟାରୋପରେ ଲାଗିପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.