ETV Bharat / bharat

ବାନ୍ଦ୍ରାରେ ଶ୍ରମିକ ଗହଳି: ଅମିତ ଶାହଙ୍କ ଉଦବେଗ, ଉଦ୍ଧବ ଠାକରେଙ୍କୁ ତାଗିଦ୍ - ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିବା ସହ ବାନ୍ଦ୍ରାର ଜନ ସମାବେଶକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ବାନ୍ଦ୍ରା ଶ୍ରମିକ ଗହଳି: ଅମିତ ଶାହଙ୍କ ଉଦବେଗ୍, ଉଦ୍ଧବ ଠାକରେଙ୍କୁ ତାଗିଦ
ବାନ୍ଦ୍ରାରେ ଶ୍ରମିକ ଗହଳି: ଅମିତ ଶାହଙ୍କ ଉଦବେଗ, ଉଦ୍ଧବ ଠାକରେଙ୍କୁ ତାଗିଦ୍
author img

By

Published : Apr 14, 2020, 8:55 PM IST

ମୁମ୍ବାଇ: ମହାମାରୀ କୋରୋନାକୁ ନେଇ ସମସ୍ତେ ଭୟଭୀତ । କୋରୋନା ଭାଇରସକୁ ପ୍ରତିହତ କରିବା ପାଇଁ ସରକାର ଯଥାସମ୍ଭବ ଚେଷ୍ଟା ମଧ୍ୟ ଜାରି ରଖିଛନ୍ତି । ଯେଉଁକାରଣରୁ ସମଗ୍ର ଦେଶରେ ଲକଡାଉନର ଅବଧିକୁ ବୃଦ୍ଧି କରାଯାଇଛି । ମାତ୍ର ଏପରି ସମୟରେ ମହାରାଷ୍ଟ୍ରର ଏକ ବିଶାଳ ଜନସମାବେଶ ସରକାରଙ୍କ ଚିନ୍ତା ବଢାଇଛି ।

ତେବେ ମଙ୍ଗଳବାର ମହାରାଷ୍ଟ୍ରର ବାନ୍ଦ୍ରା ଷ୍ଟେସନରେ ଶ୍ରମିକମାନେ ଏକାଠି ହୋଇ ଭିଡ ଜମାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଉଦବୋଧନ ଅନୁସାରେ ମଙ୍ଗଳବାର ଅର୍ଥାତ 14 ଏପ୍ରିଲରେ ଲକଡାଉନର ଅବଧି ଶେଷ ହେବାର ଥିଲା । ମାତ୍ର ସ୍ଥିତିର ଭୟାବହତାକୁ ଦୃଷ୍ଟିରେ ରଖି ଏହାକୁ ବଢାଇ ଦିଆଯାଇଥିଲେ ମଧ୍ୟ ଶ୍ରମିକମାନେ ନିଜ ଘରକୁ ଫେରିବା ଆଶାରେ ଷ୍ଟେସନରେ ଭିଡ ଜମାଇଥିଲେ । ଆଉ ପୋଲିସର ଲାଠିଚାର୍ଜ ପରେ ସେମାନଙ୍କୁ ସେଠାରୁ ହଟାଯାଇଥିଲା ।

ତେବେ ଏନେଇ ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରି ବାନ୍ଦ୍ରାର ଜନସମାବେଶକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଆଉ ଏଭଳି ଏକ ଘଟଣା ଭାରତରେ କୋରୋନା ଭାଇରସ ବିରୋଧରେ ଜାରିଥିବା ଲଢେଇକୁ ଦୁର୍ବଳ କରିଛି ବୋଲି ସେ କହିଛନ୍ତି । ସେହିପରି ଏଭଳି ଘଟଣାକୁ ଏଡାଇବା ପାଇଁ ସଜାଗ ରହିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହାସହ ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ସେ ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.