ETV Bharat / bharat

କୋରୋନା ଟେନସନ ମଧ୍ୟରେ ଜୁଲାଇ ଶେଷସୁଦ୍ଧା ଭାରତ ଆସିବ ରାଫେଲ - ପାକିସ୍ତାନ-ଚୀନ ଟେନସନରେ

ଗତ କିଛି ଦିନ ଉଭୟ ପାକିସ୍ତାନ ଓ ଚୀନ ପଟୁ ସୀମାରେ ଅଶାନ୍ତି ଲାଗିରହିଛି । ଏହି ସମୟରେ ଭାରତର ଶକ୍ତି ବଢାଇବାକୁ ଆସୁଛି ରାଫେଲ ଯୁଦ୍ଧ ବିମାନ । ଅଧିକ ପଢନ୍ତୁ...

ଭାରତ ଆସିବ ରାଫେଲ ଯୁଦ୍ଧ ବିମାନ
ଭାରତ ଆସିବ ରାଫେଲ ଯୁଦ୍ଧ ବିମାନ
author img

By

Published : May 15, 2020, 3:16 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ସୀମା ରେଖାରେ ଉଭୟ ପାକିସ୍ତାନ ଓ ଚୀନ ପଟୁ ଅଶାନ୍ତି ଲାଗି ରହିଛି । ଏହି ସମୟରେ ଭାରତର ଶକ୍ତି ବଢାଇବାକୁ ଯାଉଛି ରାଫେଲ ଯୁଦ୍ଧ ବିମାନ । ଜୁଲାଇ ମାସର ଶେଷ ସୁଦ୍ଧା ଏହା ଭାରତୀୟ ବାୟୁସେନା ଆମ୍ବାଲାରେ ସାମିଲ ହେବାକୁ ଯାଉଛି ।

ସୂଚନାଯୋଗ୍ୟ, କୋରୋନା ଲକଡାଉନ ଯୋଗୁଁ ଏହା ଭାରତକୁ ଆସିବାରେ ବିଳମ୍ବ ହୋଇଛି । ହେଲେ ଏହା ବର୍ତ୍ତମାନ ଜୁଲାଇ ମାସ ଶେଷ ସୁଦ୍ଧା ଆସିଯିବ ବୋଲି ଜଣାପଡିଛି । ଏହି ଯୁଦ୍ଧ ବିମାନ ଭାରତର ଶକ୍ତିକୁ ବଢାଇବାରେ ସାହାଯ୍ୟ କରିବ । ପ୍ରଥମ ବ୍ୟାଚର ସମସ୍ତ ଚାରୋଟି ବିମାନ ଅମ୍ବାଲା ଏୟାରଫୋର୍ସ ବେସରେ ପହଞ୍ଚିବ । ରାଫେଲ ସ୍କ୍ବାର୍ଡନ କମାଣ୍ଡିଂ ଅଫିସର ଉଡାଣ ଭରି ଆଣିବେ ।

ଏହି ଯୁଦ୍ଧ ବିମାନ ଏୟାର-ଟୁ-ଏୟାର ମିସାଇଲ କ୍ଷେପଣାସ୍ତ୍ର ଏବଂ 150 କିଲୋମିଟରରୁ ଅଧିକ ଦୂରରୁ ଶତ୍ରୁ ବିମାନକୁ ଖସାଇବାର କ୍ଷମତା ରଖୁଛି। ଉଭୟ ଚୀନ୍ ଓ ପାକିସ୍ତାନ ଏତେ ଦୂରରୁ କ୍ଷେପଣାସ୍ତ୍ର ଉତକ୍ଷେପଣ କରିପାରିବେ ନାହିଁ। ରାଫେଲ ବହୁକ୍ଷମତା ବିଶିଷ୍ଟଶତ୍ରୁ ବିମାନକୁ ସହଜରେ ଖସାଇ ପାରିବ ।

ବାୟୁସେନାର ପୂର୍ବତନ ମୁଖ୍ୟ ବିଏସ ଧନୋଆ କହିଛନ୍ତି ଯେ ଯଦି ରାଫେଲ ଭାରତୀୟ ବାୟୁସେନାରେ ସାମିଲ ହୁଏ, ତେବେ ପାକିସ୍ତାନ ଭାରତ ସୀମାରେ ଆକ୍ରମଣ କରିବାକୁ ସାହସ କରିବ ନାହିଁ । ଭାରତକୁ ଆସୁଥିବା ପ୍ରଥମ ବ୍ୟାଚ୍ ବିମାନରେ ତିନୋଟି ପ୍ରଶିକ୍ଷକ ଏବଂ ଗୋଟିଏ ଯୁଦ୍ଧ ବିମାନ ରହିବ। ଫ୍ରାନ୍ସର ବର୍ଡରରେ ଥିବା ଡାସୁ ଆଭିଏସନ ସୁବିଧାରେ ଅଧିକ ବିମାନ ଉତ୍ପାଦନ ଜାରି ରହିବ । 2016ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ଭାରତ 36 ରାଫେଲ ବିମାନ ପାଇଁ ଏକ ଫ୍ରାନ୍ସ ସହ ଏକ ଚୁକ୍ତି ସ୍ୱାକ୍ଷର କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.