ETV Bharat / bharat

କୋରୋନା ପ୍ରଭାବହୀନ, ଭାରତରେ ଭୟ ବଢାଇବ ସ୍ବାଇନ୍‌ ଫ୍ଲୁ

author img

By

Published : Feb 26, 2020, 8:50 PM IST

କୋରୋନାର ପ୍ରଭାବ ଭାରତରେ ପ୍ରଭାବଶୂନ୍ୟ ରହିଛି । ମାତ୍ର ସ୍ବାଇନ୍‌ ଫ୍ଲୁ ବା H1N1 ଭାଇରସର ବିପଦ ପୁନର୍ବାର ଭାରତ ପାଇଁ ଚିନ୍ତାଜନକ ହେବାର ପୂର୍ବାଭାସ ମିଳିବାକୁ ଆରମ୍ଭ କଲାଣି । ଏନେଇ ଏସିଆ ଓ ଓସେନିଆ ମେଡିକାଲ ଆସୋସିଏସନ ସଂଘ ବୁଧବାର ଏକ ନିର୍ଦ୍ଦେଶନାମା ଜାରି କରିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: କୋରୋନା ଆତଙ୍କ ସାରା ବିଶ୍ବରେ ଜାରି ରହିଛି । କୋରାନା ଭାଇରସ(COVID-19) ଦିନକୁ ଦିନ ପ୍ରାଣଘାତକ ହେବାରେ ଲାଗିଛି । କୋରୋନାର ପ୍ରଭାବ ଭାରତରେ ପ୍ରଭାବଶୂନ୍ୟ । ମାତ୍ର ସ୍ବାଇନ୍‌ ଫ୍ଲୁ ବା H1N1 ଭାଇରସର ବିପଦ ଭାରତ ପାଇଁ ଚିନ୍ତାଜନକ ହେବାର ପୂର୍ବାଭାସ ମିଳିବାକୁ ଆରମ୍ଭ କଲାଣି । ଏନେଇ ଏସିଆ ଓ ଓସେନିଆ ମେଡିକାଲ ଆସୋସିଏସନ ସଂଘ ବୁଧବାର ଏକ ନିର୍ଦ୍ଦେଶନାମା ଜାରି କରିଛି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସୁପ୍ରିମକୋର୍ଟର 5 ଜଣ ବିଚାରପତି ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା । ତିନି ଜଣ ବିଚାରପତି ନିଜ କୋର୍ଟ କାର୍ଯ୍ୟ ବନ୍ଦ କରିଥିବା ବେଳେ ଦୁଇ ଜଣ ବିଚାରପତିଙ୍କୁ ସ୍ବଗୃହରେ ଆଇସୋଲେସନରେ ରଖା ଯାଇଥିଲା ।

H1N1 ଏକ ଋତୁ ଜନିତ ସଂକ୍ରମିତ ଭୂତାଣୁ । ପ୍ରତିବର୍ଷ ମୁଖ୍ୟତଃ ଦୁଇଟି ଭାଗରେ ଏହା ଦେଖାଦେଇଥାଏ । ଜାନୁଆରୀ-ମାର୍ଚ୍ଚ ଓ ଜୁଲାଇ-ସେପ୍ଟେମ୍ବର ମଧ୍ୟରେ ଏହି ଭୂତାଣୁର ପ୍ରକୋପ ଦେଖିବାକୁ ମିଳିଥାଏ ।

ସ୍ବାଇନ୍‌ ଫ୍ଲୁ ବା H1N1 ଏକପ୍ରକାର ଭାଇରସ। ଯାହାକୁ ଏକ ସଂକ୍ରାମକ ରୋଗ ବୋଲି କୁହାଯାଏ । ୨୦୦୯ ଏପ୍ରିଲରେ ପ୍ରଥମ ଥର ପାଇଁ ସ୍ବାଇନ୍ ଫ୍ଲୁ କୁ ଚିହ୍ନଟ କରାଯାଇଥିଲା । ଏହାପରେ ପ୍ରତିବର୍ଷ ଶୀତଋତୁରେ ଏହି ଭାଇରସ ଜନିତ ରିପୋର୍ଟ ସାମ୍ନାକୁ ଆସିଥାଏ । ଭାଇରସ ଆକ୍ରାନ୍ତର 48 ଘଣ୍ଟା ମଧ୍ୟରେ ପ୍ରତିଷେଧକ ସର୍ବାଧିକ ଫଳପ୍ରଦ ରହିଥାଏ । ଏହାସହ ସ୍ବଚ୍ଛତା ଉପରେ ଅତ୍ୟଧିକ ଧ୍ୟାନ ଦେଲେ ଏହି ଭାଇରସକୁ ଅନେକାଶଂରେ ଦୂରୀଭୂତ କରାଯାଇପାରିବ ।

କାଶ୍ମୀରରେ ବିଗତ କିଛି ଦିନ ହେବ H1N1 ଜନିତ 18 ଗୋଟି ପଜେଟିଭ ମାମଲା ସାମ୍ନାକୁ ଆସିଛି । ସମସ୍ତ ସଂକ୍ରମିତଙ୍କୁ ଶେର୍‌-ଇ-କାଶ୍ମୀର ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ(skims)ରେ ଭର୍ତ୍ତି କରାଯାଇଛି । ସେହିପରି ଦେଶ ବିଭିନ୍ନ ରାଜ୍ୟରେ ସ୍ବାଇନ ଫ୍ଲୁ ଜନିତ ରିପୋର୍ଟ ଲଗାତାର ଭାବରେ ଆସୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.