ETV Bharat / bharat

ଭାରତରେ ହଜାର ହଜାର ରୋଜଗାର ସୁଯୋଗ ଆଣିବ ଆମାଜନ

author img

By

Published : Jul 25, 2020, 7:51 AM IST

ଆଗକୁ ଆସୁଛି ପାର୍ବଣ ଋତୁ । ଏମିତିରେ କୋରୋନା ମହାମାରୀ ପାଇଁ ଦେଶରେ ବେରୋଜଗାର ସଂଖ୍ୟା ବଢି ଚାଲିଥିବା ବେଳେ ପାର୍ବଣ ଋତୁରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯାଉଛି ଇ-କମର୍ସ ଜାଏଣ୍ଟ ଆମାଜନ ।

amazon service in india, amazon latest news, ecommerce giant amazon, amazon's job opportunity, ଭାରତରେ ଆମାଜନ ସେବା, ଆମାଜନ ଲାଟେଷ୍ଟ ନ୍ୟୁଜ୍‌, ଇ-କମର୍ସ ଜାଏଣ୍ଟ ଆମାଜନ, ଆମାଜନର ନିଯୁକ୍ତି ସୁଯୋଗ
ଭାରତରେ ହଜାର ହଜାର ରୋଜଗାର ସୁଯୋଗ ଆଣିବ ଆମାଜନ

ନୂଆଦିଲ୍ଲୀ: ଆଗକୁ ଆସୁଛି ପାର୍ବଣ ଋତୁ । ଏମିତିରେ କୋରୋନା ମହାମାରୀ ପାଇଁ ଦେଶରେ ବେରୋଜଗାର ସଂଖ୍ୟା ବଢି ଚାଲିଥିବା ବେଳେ ପାର୍ବଣ ଋତୁରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯାଉଛି ଇ-କମର୍ସ ଜାଏଣ୍ଟ ଆମାଜନ । ଏନେଇ ଆଗାମୀ ଦିନରେ ଦେଶରେ 10ଟି ନୂଆ କାର୍ଯ୍ୟାଳୟ ଖୋଲିବା ନେଇ ଶୁକ୍ରବାର ଘୋଷଣା କରିଛି ଆମାଜନ । ଏହାଦ୍ବାରା ହଜାର ହଜାର ନୂଆ ରୋଜଗାରର ସୁଯୋଗ ସୃଷ୍ଟି ହେବ ବୋଲି କମ୍ପାନୀ ସ୍ପଷ୍ଟ କରିଛି ।

ଆମାଜନର ଏହି ନୂଆ ପଦକ୍ଷେପ ଦ୍ବାରା ଦେଶର 15ଟି ରାଜ୍ୟରେ କମ୍ପାନୀର 60ରୁ ଉର୍ଦ୍ଧ୍ବ ଗୋଦାମ ଖୋଲିବା ସହ ଏଥିରେ 32 ମିଲିୟନ କ୍ୟୁବିକ ଫୁଟର ଷ୍ଟୋରେଜ ପାଇଁ ସ୍ଥାନ ସୃଷ୍ଟି ହେବ ବୋଲି ଜଣାପଡିଛି । ଏନେଇ ଶୁକ୍ରବାର ଏକ ବ୍ଲଗ ପୋଷ୍ଟରେ କମ୍ପାନୀ ସୂଚନା ଦେଇଛି । ସେପଟେ 60ରୁ ଉର୍ଦ୍ଧ୍ବ ଗୋଦାମର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ହଜାର ହଜାର ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି କମ୍ପାନୀ ସ୍ପଷ୍ଟ କରିଛି । ଏନେଇ ଆମାଜନ ଇଣ୍ଡିଆର କଷ୍ଟମର ଫୁଲଫିଲମେଣ୍ଟ ଅପରେସନର ଉପଅଧ୍ୟକ୍ଷ ଅଖିଲ ସକ୍ସେନା ସୂଚନା ଦେଇଛନ୍ତି ।

ସେ ଗଣମାଧ୍ୟମକୁ ଏନେଇ ସୂଚନା ଦେଇ କହିଛନ୍ତି କି ଟେକ୍ନୋଲୋଜି ଓ ଇନଫ୍ରାଷ୍ଟ୍ରକ୍‌ଚର ଉପରେ କମ୍ପାନୀ ଏକ ବଡ ଧରଣର ପୁଞ୍ଜି ନିବେସ କରିବାକୁ ଯାଉଛି । ଯାହା ଆଗାମୀ ଦିନରେ ଗ୍ରାହକଙ୍କ ବଢୁଥିବା ଚାହିଦାକୁ ପୂରଣ କରିବା ସହ କମ ସମୟ ମଧ୍ୟରେ ସାମଗ୍ରୀ ଡେଲିଭରି କରିପାରିବ । ପରୋକ୍ଷରେ ଏହା ଗ୍ରାହକଙ୍କ ପାଖରେ କମ୍ପାନୀକୁ ଆସ୍ଥାଭାଜନ ଓ ବିଶ୍ବସନୀୟ କରାଇପାରିବ । ତେବେ ଏହି ନୂଆ ଗୋଦାମଗୁଡିକ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଲକ୍ଷ୍ନୌ, କୋଲକାତା, ହାଇଦ୍ରାବାଦ, ଚେନ୍ନାଇ, ଲୁଧିଆନା ଓ ଅହମ୍ମଦାବାଦରେ ଖୋଲାଯିବା ନେଇ ଜଣାପଡିଛି । ଏହି ବର୍ଦ୍ଧିତ ପରିସର ଦ୍ବାରା ସାରା ଭାରତରେ ଆମାଜନ ପ୍ରାୟ 100ଟି ଫୁଟବଲ ଫିଲ୍ଡ ଆକାରର ସ୍ଥାନ ଅଧିକାର କରିବା ନେଇ ଜଣା ପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.