ETV Bharat / bharat

ଆଲେକ୍ସା ଆପ୍‌ରେ ଆମାଜନ ନୂଆ ଅପଡେଟେଡ ନାଭିଗେସନ ଓ ହୋମ ସ୍କ୍ରିନ ଡିଜାଇନ

author img

By

Published : Jul 29, 2020, 6:17 AM IST

ଅଗଷ୍ଟ ମାସ ଶେଷ ସପ୍ତାହ ସୁଦ୍ଧା ଆଲେକ୍ସା ଆପ୍‌ ବ୍ୟବହାରକାରୀଙ୍କୁ ମିଳିବାରେ ଆମାଜନ ପକ୍ଷରୁ କିଛି ନୂଆ ଉପହାର । ଆଲେକ୍ସା ଆପ୍‌ରେ କିଛି ନୂଆ ଅପଡେଟ ୟୁଜର୍ସଙ୍କୁ ଭେଟି ଦେବା ପାଇଁ ଘୋଷଣା କରିଛି ଆମାଜନ ।

new update on alexa app, amazon latest announcement, amazon latest news, latest alexa app news, latest technology news, ଆଲେକ୍ସା ଆପ୍‌ରେ ନୂଆ ଅପଡେଟ, ଆମାଜନର ଲାଟେଷ୍ଟ ଘୋଷଣା, ଆମାଜନ ଲାଟେଷ୍ଟ ନ୍ୟୁଜ୍‌, ଆଲେକ୍ସ ଆପ୍‌ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଆଲେକ୍ସା ଆପ୍‌ରେ ଆମାଜନ ନୂଆ ଅପଡେଟେଡ ନାଭିଗେସନ ଓ ହୋମ ସ୍କ୍ରିନ ଡିଜାଇନ

ନୂଆଦିଲ୍ଲୀ: ଅଗଷ୍ଟ ମାସ ଶେଷ ସପ୍ତାହ ସୁଦ୍ଧା ଆଲେକ୍ସା ଆପ୍‌ ବ୍ୟବହାରକାରୀଙ୍କୁ ମିଳିବାରେ ଆମାଜନ ପକ୍ଷରୁ କିଛି ନୂଆ ଉପହାର । ଆଲେକ୍ସା ଆପ୍‌ରେ କିଛି ନୂଆ ଅପଡେଟ ୟୁଜର୍ସଙ୍କୁ ଭେଟି ଦେବା ପାଇଁ ଘୋଷଣା କରିଛି ଆମାଜନ । ଏନେଇ ୟୁଜର୍ସଙ୍କ ପାଇଁ ନୂଆ ହୋମ ସ୍କ୍ରିନ ଡିଜାଇନ ଆଣୁଛି ଆମାଜନ । ଯେଉଁଥିରେ ଅପଡେଟେଡ ନାଭିଗେସନ ପରି ସୁବିଧା ଉପଲବ୍ଧ ରହିବ । ଏହାଦ୍ବାରା ୟୁଜର୍ସ କମ ସମୟ ମଧ୍ୟରେ ନିଜ କାର୍ଯ୍ୟ ସମ୍ପାଦନ କରିପାରିବେ ।

ଏହି ନୂଆ ହୋମ ସ୍କ୍ରିନ ଡିଜାଇନ ଉଭୟ ଆଇଓଏସ ଓ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ରୋଲ ଆଉଟ ହେବାର ସୂଚନା ରହିଛି । ତେବେ ଏହି ନୂଆ ଅପଡେଟ ଦ୍ବାରା ୟୁଜର୍ସ ବାରମ୍ବାର ବ୍ୟବହୃତ ହେଉଥିବା ଆପ୍‌କୁ ସିଧାସଳଖ ହୋମ ସ୍କ୍ରିନରୁ ଅପରେଟ କରିପାରିବେ । ଏନେଇ କମ୍ପାନୀ ଅଫିସିଆଲ ଘୋଷଣା କରି କହିଛି କି ବିଶ୍ବବ୍ୟାପୀ ରହିଥିବା ଆଲେକ୍ସ ଆପ୍‌ ୟୁଜର୍ସଙ୍କ ପାଇଁ କମ୍ପାନୀ ଆଗାମୀ ମାସ ସୁଦ୍ଧା ନୂଆ ଅପଡେଟ ରୋଲ ଆଉଟ କରିବ । ତେବେ ନୂଆ ୟୁଜର୍ସ ଏହି ସୁବିଧା ପାଇବାକୁ ଚାହୁଁଥିଲେ ଆପଲ ଆପ୍‌ ଷ୍ଟୋର କିମ୍ବା ଗୁଗୁଲ ପ୍ଲେ ଷ୍ଟୋରରୁ ଆଲେକ୍ସା ଆପ୍‌ ଡାଉନଲୋଡ କରିପାରିବେ ।

new update on alexa app, amazon latest announcement, amazon latest news, latest alexa app news, latest technology news, ଆଲେକ୍ସା ଆପ୍‌ରେ ନୂଆ ଅପଡେଟ, ଆମାଜନର ଲାଟେଷ୍ଟ ଘୋଷଣା, ଆମାଜନ ଲାଟେଷ୍ଟ ନ୍ୟୁଜ୍‌, ଆଲେକ୍ସ ଆପ୍‌ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଆଲେକ୍ସା ଆପ୍‌ ପାଇଁ ନୂଆ ହୋମ ସ୍କ୍ରିନ ଡିଜାଇନ
  • ନୂଆ ଅପଡେଟ ପରେ ୟୁଜର୍ସ ହୋମ ସ୍କ୍ରିନରେ ପର୍ସନାଲାଇଜ୍ଡ ସଜେସନ ପାଇପାରିବେ । ୟୁଜର୍ସଙ୍କ ପସନ୍ଦ ମୁତାବକ ଏହି ସଜେସନ ମିଳିବ ।
  • ହୋମ ସ୍କ୍ରିନର ଟପ୍‌ରେ ୟୁଜର୍ସ ଆଲେକ୍ସ ବଟନ ପାଇପାରିବେ ।
  • ଜଣେ ଚାହିଁଲେ ହ୍ୟାଣ୍ଡସ-ଫ୍ରିର ଅନୁଭବ ମଧ୍ୟ ପାଇପାରିବେ । ଏଥିପାଇଁ ସ୍କ୍ରିନରେ ଆପ୍‌ ଓପନ ହେବା ପରେ ଭଏସ କମାଣ୍ଡ ଦେବାକୁ ପଡିବ ।
  • ନୂଆ ୟୁଜର୍ସଙ୍କୁ ସାହାଯ୍ୟ କରିବା ପାଇଁ ଆପ୍‌ରେ ମିଳିପାରିବ ସମସ୍ତ ସହଯୋଗ ।
  • ଅପଡେଟ ପରେ ୟୁଜର୍ସ ଚାହିଁଲେ ମୋର ଅପ୍ସନକୁ ଯାଇ ରିମାଇଣ୍ଡର୍ସ, ରୁଟିନ୍ସ, ସ୍କିଲ୍ସ, ସେଟିଂ ଓ ଅନ୍ୟନ୍ୟା ଅପ୍ସନ ଅପରେଟ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.