ETV Bharat / bharat

ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା

author img

By

Published : Jul 21, 2020, 11:15 AM IST

କୋରୋନା ମହାମାରୀ ମଧ୍ୟରେ ଆରମ୍ଭ ହେଲା ଅମରନାଥ ଯାତ୍ରା । ପ୍ରତ୍ୟେକ ଦିନ ସୀମିତ ଶ୍ରଦ୍ଧାଳୁଙ୍କୁ ଯାତ୍ରା ପାଇଁ ଅନୁମତି । ଅଧିକ ପଢନ୍ତୁ...

ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା
ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା

ଶ୍ରୀନଗର: ଆଜି (ମଙ୍ଗଳବାର) ଠାରୁ ଆମ୍ଭ ହେଉଛି ଅମରନାଥ ଯାତ୍ରା । ହେଲେ କୋରୋନା ମହାମାରୀ ପାଇଁ କେବଳ 14 ଦିନ ମଧ୍ୟରେ ଅଗଷ୍ଟ 3 ତାରିଖରେ ଶେଷ ହେବ ଏହି ଯାତ୍ରା । ତେବେ ଏହାର ଗୋଟିଏ ଦିନ ପୂର୍ବରୁ ସୋମବାର ହରିୟାଲି ଅମାବାସ୍ୟା (ଶ୍ରାବଣ ଅମାବାସ୍ୟା) ଦିନ ଛଡି ମୁବାରକ(ପ୍ରଭୁ ଭୋଳାନାଥଙ୍କ ପବିତ୍ର ଗଦା)କୁ ଐତିହାସିକ ଶଙ୍କରାଚାର୍ଯ୍ୟଙ୍କ ମନ୍ଦିର ନିଆଯାଇଥିଲା । ସେଠାରେ ବିଧିବଦ୍ଧ ଭାବେ ପୂଜା କରାଯାଇଥିଲା । କୋଭିଡ-19 କାରଣରୁ ଏହି ପୂଜାରେ ଅଳ୍ପ ସଂଖ୍ୟାକ ସାଧୁ ସନ୍ଥ ମାନେ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ ।

ଏହି ଅବସରରେ ମହନ୍ତ ଦୀପେନ୍ଦ୍ର ଗିରି କହିଛନ୍ତି ଯେ କୋଭିଡ-19 ପ୍ରୋଟୋକୋଲକୁ କଡାକଡି ଭାବେ ପାଳନ କରିବାକୁ । ଏହାସହ ସେ ପୂଜା ସମୟରେ କୋରୋନା ମହାମାରୀର ନାଶ ଓ ଲୋକଙ୍କ ଆରୋଗ୍ୟ କାମନା କରିଛନ୍ତି।

ଭଗବାନଙ୍କ ଅଲୌକିକ ଶକ୍ତି ସହିତ ସମ୍ପନ୍ନ ହୋଇଥିବା ଛଡିର ପୂଜା ମଙ୍ଗଳବାର ହରି ପର୍ବତରେ ଥିବା ଶାରିକା ଭବାନୀ ମନ୍ଦିର ନିଆଯିବ । ପ୍ରତିବର୍ଷ ଶ୍ରୀ ଅମରନାଥ ଶ୍ରାଇନ ବୋର୍ଡ ଦ୍ବାରା ଆୟୋଜିତ ଏହି ଯାତ୍ରାରେ ଦେଶ ଓ ଦେଶ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭାଗ ନେଇଥାନ୍ତି । ଶ୍ରଦ୍ଧାଳୁଙ୍କ ଗନ୍ତବ୍ୟ ସ୍ଥଳ ଅମରନାଥ ଗୁମ୍ଫା ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ ଅଞ୍ଚଳର ଉଚ୍ଚ ହିମାଳୟରେ ଅବସ୍ଥିତ। ଯାତ୍ରା ସମୟ ସାଧାରଣତଃ ଦୁଇ ମାସ ପର୍ଯ୍ୟନ୍ତ ରହିଥାଏ । ହେଲେ ଚଳିତବର୍ଷ କୋରୋନା କାରଣରୁ ଏହାର ସମୟ ସୀମାକୁ ହ୍ରାସ କରାଯାଇଛି ।

ତେବେ ଚଳିତ ଅମରନାଥ ଯାତ୍ରାର ଗନ୍ତବ୍ୟ ସ୍ଥଳରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏଥର ସୀମିତ ସଂଖ୍ୟକ ତୀର୍ଥଯାତ୍ରୀଙ୍କୁ ସୋନମର୍ଗ-ବାଲଟାଲରୁ ଅଣ-ପାରମ୍ପାରିକ ତଥା ସ୍ୱଳ୍ପ ମାର୍ଗ ଦେଇ ଗୁମ୍ଫାକୁ ଯିବାକୁ ଅନୁମତି ଦିଆଯିବ। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଏଥର ପ୍ରତିଦିନ ସର୍ବାଧିକ 500 ଭକ୍ତଙ୍କୁ ତୀର୍ଥଯାତ୍ରା କରିବାର ଅନୁମତି ଦିଆଯାଇଛି । ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟ 5ରେ ଜମ୍ମୁ କାଶ୍ମୀରରେ ଧାରା 370 ହଟିବା ପରେ ଏହି ଯାତ୍ରାକୁ ହଠାତ ସ୍ଥଗିତ ରଖାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.