ETV Bharat / bharat

ବିଜେପିରେ ଯୋଗ ଦେବେ ଅଳ୍ପେଶ ଠାକୁର !

author img

By

Published : May 28, 2019, 1:16 PM IST

Updated : May 28, 2019, 1:26 PM IST

ଗୁଜୁରାଟର ପୂର୍ବତନ କଂଗ୍ରେସ ନେତା ଅଳ୍ପେଶ ଠାକୁର ସୋମବାର ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ସହ ସାକ୍ଷାତ କରିଛନ୍ତି । ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି ।

ଫାଇଲ ଫଟୋ

ଅହମ୍ମଦାବାଦ: ଚଳିତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ପରେ ଧିରେ ଧିରେ ହାତ ଛାଡୁଛନ୍ତି ନେତା । ଗୁଜୁରାଟର ପୂର୍ବତନ କଂଗ୍ରେସ ନେତା ଅଳ୍ପେଶ ଠାକୁର ସୋମବାର ରାଜ୍ୟର ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ସହ ସାକ୍ଷାତ କରିଛନ୍ତି । ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ ପାଟନ ଜିଲ୍ଲାର ରାଧନପୁରରୁ ବିଧାୟକ ଅଳ୍ପେଶ ଠାକୁର 2019 ନିର୍ବାଚନ ପୂର୍ବରୁ କଂଗ୍ରେସର ହାତ ଛାଡି ଦେଇଥିଲେ । ଉପ ମୁଖ୍ୟମନ୍ତ୍ରୀଙ୍କ ଗାନ୍ଧୀନଗରସ୍ଥିତ ବାସଭବନରେ ତାଙ୍କୁ ସାକ୍ଷାତ କରିଛନ୍ତି ଅଳ୍ପେଶ । ଉଭୟଙ୍କ ମଧ୍ୟରେ ପ୍ରାୟ ଅଧ ଘଣ୍ଟା ଧରି ବୈଠକ ହେଲା ।

ସୂଚନା ଥାଉକି 2017 ଗୁଜୁରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ବିଜେପିକୁ 99 ଆସନରୁ ହରାଇଥିଲା । କଂଗ୍ରେସ 81 ଆସନ ହାତେଇଥିଲା । କିଛି ବର୍ଷ ପୂର୍ବେ କଂଗ୍ରେସର ପ୍ରଦର୍ଶନ ଭଲ ଥିଲା । କଂଗ୍ରେସର ଏହି ବିଜୟ ପଛରେ ଯୁବନେତା ଠାକୁରଙ୍କର ହାତ ଥିବା ଚର୍ଚ୍ଚା କରାଯାଏ । ତେବେ ଚଳିତ ଲୋକସଭା ନିର୍ବାଚନ ପରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଅଳ୍ପେଶ ଠାକୁର ।

Last Updated : May 28, 2019, 1:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.