ETV Bharat / bharat

ଅଯୋଧ୍ୟାକୁ ଆସୁଥିବା ସମସ୍ତ ଅତିଥିଙ୍କ ହେବ କୋରୋନା ପରୀକ୍ଷା - ଅଯୋଧ୍ୟାକୁ ଆସୁଥିବା ସମସ୍ତ ଅତିଥିଙ୍କର ହେବ କୋରୋନା ପରୀକ୍ଷା

ଆଜି ରାମାର୍ଚ୍ଚ ପୂଜା କାର୍ଯ୍ୟ କରାଯାଉଛି । ଏହା ବ୍ୟତୀତ ସୁରକ୍ଷା ପାଇଁ ଡ୍ରୋନ୍ କ୍ୟାମେରାର ମଧ୍ୟ ବ୍ୟବହାର କରାଯାଉଛି । ଏଥି ସହିତ, କୋରୋନା ମଧ୍ୟ ଏକ ବଡ ବିପତ୍ତି ହୋଇ ଛିଡ଼ା ହୋଇ ଥିବାରୁ କାର୍ଯ୍ୟକ୍ରମକୁ ଆସୁଥିବା ସମସ୍ତ ଲୋକଙ୍କୁ ପ୍ରଥମେ କୋରୋନା ପରୀକ୍ଷା କରାଯାଉଛି । ଅଧିକ ପଢନ୍ତୁ....

ଅଯୋଧ୍ୟାକୁ ଆସୁଥିବା ସମସ୍ତ ଅତିଥିଙ୍କର ହେବ କୋରୋନା ପରୀକ୍ଷା

author img

By

Published : Aug 4, 2020, 4:47 PM IST

ନୂଆଦିଲ୍ଲୀ: ଅଯୋଧ୍ୟାକୁ ଆସୁଥିବା ସମସ୍ତ ଅତିଥିଙ୍କର ହେବ କୋରୋନା ପରୀକ୍ଷା । ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମର ଶୁଭାରମ୍ଭ କାଲି ଠାରୁ ଆରମ୍ଭ ହୋଇଯାଇଛି । ଆଜି ରାମାର୍ଚ୍ଚ ପୂଜା କାର୍ଯ୍ୟ କରାଯାଉଛି । ଏହା ବ୍ୟତୀତ ସୁରକ୍ଷା ପାଇଁ ଡ୍ରୋନ୍ କ୍ୟାମେରାର ମଧ୍ୟ ବ୍ୟବହାର କରାଯାଉଛି । ଏବଂ ଏହି ଡ୍ରୋନ ମାଧ୍ୟମରେ ସରୟୁ ଘାଟ ଉପରେ ନଜର ରଖା ଯାଉଛି । ଏଥି ସହିତ, କୋରୋନା ମଧ୍ୟ ଏକ ବଡ ବିପତ୍ତି ହୋଇ ଛିଡ଼ା ହୋଇ ଥିବାରୁ କାର୍ଯ୍ୟକ୍ରମକୁ ଆସୁଥିବା ସମସ୍ତ ଲୋକଙ୍କୁ ପ୍ରଥମେ କୋରୋନା ପରୀକ୍ଷା କରାଯାଉଛି ।

ଏହି କ୍ରମରେ ଆରଏସଏସ ମୁଖ୍ୟ ମୋହନ ଭଗବତ ଏବଂ କୃଷ୍ଣ ଗୋପାଳ, ଭାୟାଜୀ ଯୋଶୀ, ଦତ୍ତାତ୍ରେୟ ହୋସାବୋଲ, ଫିଲ୍ଡ ପ୍ରଚାରକ ଅନିଲ ନେଲଖାନାଓ ଆଜି ଲକ୍ଷ୍ନୌରେ ସେମାନଙ୍କର କୋରୋନା ପରୀକ୍ଷା କରିଛନ୍ତି। ଏଥି ସହ ଉତ୍ତରପ୍ରଦେଶର ଉଭୟ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଦୀନେଶ ଶର୍ମା ମଧ୍ୟ କୋରୋନା ପରୀକ୍ଷା ସାରିବା ପରେ ଅଯୋଧ୍ୟା ଯିବେ ବୋଲି ଖବର ଆସୁଛି। ରାମ ମନ୍ଦିରର ଭୂମି ପୂଜନ ପାଇଁ ପ୍ରସ୍ତୁତି ପ୍ରାୟ ହୋଇସାରିଛି । ଆଜି ଅଯୋଧ୍ୟାରେ ରାମାର୍ଚ୍ଚ ପୂଜା, ହନୁମାନ ପୂଜା ଏବଂ ସନ୍ଧ୍ୟାରେ ସରୟୁ ଘାଟରେ ଆରତୀ ହେବ । ଏହି ପୂଜା ପ୍ରାୟ 5 ଘଣ୍ଟା ଧରି ଚାଲିବ । ଏଥିରେ ସମୁଦାୟ 6 ଜଣ ପୁରୋହିତ ଯୋଗ ଦେଉଛନ୍ତି । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଭୂମି ପୂଜନ ପୂର୍ବରୁ ଅଯୋଧ୍ୟାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ସକାଳ 11:30 ରେ ଅଯୋଧ୍ୟାରେ ପହଞ୍ଚିବେ। ଏହା ସହ ସକାଳେ ଅଯୋଧ୍ୟାକୁ ସିଲ୍ କରାଯିବ ବୋଲି କୁହାଯାଉଛି। ରାମ ମନ୍ଦିରର ଭୁମି ପୂଜନରେ ଲାଲ କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଏବଂ କଲ୍ୟାଣ ସିଂଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ମନ୍ଦିର ଟ୍ରଷ୍ଟର ମହାମନ୍ତ୍ରୀ ଚମ୍ପତ ରାୟ ଏବଂ କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି ଏହି ନିମନ୍ତ୍ରଣକୁ ନିଶ୍ଚିତ କରି କହିଛନ୍ତି ଯେ ବୃଦ୍ଧାବସ୍ଥା ଏବଂ ସୀମିତ ସଂଖ୍ୟକ ଅତିଥିଙ୍କ ଯୋଗୁଁ ସେମାନଙ୍କୁ ନିମନ୍ତ୍ରଣ ଦିଆଯାଇ ନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.