ନୂଆଦିଲ୍ଲୀ: ସମଗ୍ର ଦେଶରେ ବର୍ତ୍ତମାନ କୌଣସି ଶିକ୍ଷାନୁଷ୍ଠାନ ଖୋଲିବାର ଆଶଙ୍କା ନାହିଁ । ଗତ ମଙ୍ଗଳବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସମଗ୍ର ଦେଶରେ କୌଣସି ଶିକ୍ଷାନୁଷ୍ଠାନ ଖୋଲିବା ଆଶଙ୍କା ନାହିଁ ।
ସୂଚନା ଅନୁଯାୟୀ, ଗଣମାଧ୍ୟମରେ ଏକ ଖବର ଆସିଥିଲା ଯେ ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟରେ ସ୍କୁଲ ଖୋଲିବାକୁ ଅନୁମତି ଦେଇଛିନ୍ତି । ଏହାପରେ ଗୃହ ମନ୍ତ୍ରଣାଳୟ ମୁଖପାତ୍ର ଏହାକୁ ନେଇ ସୂଚନା ଦେଇଛନ୍ତି।
ଗୃହ ମନ୍ତ୍ରଣାଳୟ ମୁଖପାତ୍ର ଟ୍ୱିଟ୍ କରି କହିଛନ୍ତି, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏଭଳି କୌଣସି ନିଷ୍ପତ୍ତି ନେଇନାହାନ୍ତି। ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ରୋକ ଲଗାଯାଇଛି । କୋରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ ମାସ ଅଧାରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।