ETV Bharat / bharat

କେବୁଲ ଓ ଡିଟିଏଚ ପ୍ରସାରଣକାରୀଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇବାକୁ ପରାମର୍ଶ - corona news

ସମସ୍ତ କେବୁଲ ଓ ଡିଟିଏଚ ପ୍ରସାରଣକାରୀଙ୍କୁ ନିରବଚ୍ଛିନ୍ନ ପ୍ରସାରଣ ଜାରି ରଖିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶାନାମା ଜାରି କରିଛି । ଅଧିକ ପଢନ୍ତୁ...

All Broadcasters, Cable Operators are advised to continue to provide uninterrupted services:  Ministry of Information & Broadcasting
କେବୁଲ ଓ ଡିଟିଏଚ ପ୍ରସାରଣକାରୀଙ୍କୁ ନିରବଚ୍ଛିନ୍ନ ପ୍ରସାରଣ ଜାରି ରଖିବାକୁ ପରାମର୍ଶ
author img

By

Published : Apr 11, 2020, 5:52 PM IST

ନୂଆଦିଲ୍ଲୀ: ସମସ୍ତ କେବୁଲ ଓ ଡିଟିଏଚ ପ୍ରସାରଣକାରୀଙ୍କୁ ନିରବଚ୍ଛିନ୍ନ ପ୍ରସାରଣ ଜାରି ରଖିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶାନାମା ଜାରି କରିଛି । ସେହିପରି ପ୍ରସାରଣ ତଥା ବଣ୍ଟନରେ ସହଯୋଗ କରୁଥିବା ସମସ୍ତ ବ୍ୟକ୍ତି ବିଶେଷମାନଙ୍କୁ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଦେଶରେ କୋରୋନା ପ୍ରଭାବକୁ ଦୃଷ୍ଟିରେ ରଖି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶାନାମା ଜାରି କରିଛି ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ବ୍ରଡକାଷ୍ଟର୍, ଡିଟିଏଚ ଅପରେଟର, ମଲ୍ଟିପୁଲ ସିଷ୍ଟମ ଅପରେଟର୍ସ, ଲୋକାଲ କେବୁଲ ଅପରେଟରମାନଙ୍କୁ ଗ୍ରାହକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇବା ଓ ବଣ୍ଟନରେ ସାହାଯ୍ୟ କରୁଥିବା ଲୋକମାନଙ୍କୁ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।’

ସାରା ଦେଶରେ ଲକଡାଉନ ଜାରିରହିଥିବା ବେଳେ ବିଭିନ୍ନ କର୍ମକ୍ଷେତ୍ର ବନ୍ଦ ରହିଛି । ତେଣୁ ଲୋକମାନେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ଏପରିସ୍ଥଳ ନିରବଚ୍ଛିନ୍ନ ପ୍ରସାରଣ ଜାରି ରଖିବା ପାଇଁ କେନ୍ଦ୍ର ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶାନାମା ଜାରି କରିଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 1035 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 7447କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସେହିପରି 7447 ମାମଲା ମଧ୍ୟରୁ 6565 ଜଣ ଚିକିତ୍ସିତ ହେଉଥିବା ବେଳେ 643 ଜଣ ରୋଗୀ ଡିସଚାର୍ଜ ହୋଇଥିବା ଜଣାପଡିଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 40 ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଦେଶର ମୋଟ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ 239କୁ ବୃଦ୍ଧି ପାଇଛି ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.