ETV Bharat / bharat

'ସୂଚନା ଅଧିକାର ଆଇନରେ ସମସ୍ତେ ଅନ୍ତର୍ଭୁକ୍ତ ହେବା ଜରୁରୀ' - ସୂଚନା ଅଧିକାର ଆଇନ

ଭାରତୀୟ ଗଣତନ୍ତ୍ରରେ ନାଗରିକମାନେ ସର୍ବୋଚ୍ଚ ଭାଗ୍ୟବିଧାତା । ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 19 ଅନୁଯାୟୀ ପ୍ରତ୍ୟେକ ନାଗରିକ ସେମାନଙ୍କ ମତ ଓ ଚିନ୍ତାଧାରାକୁ ସାବ୍ୟସ୍ତ କରିପାରିବେ । ଏହାର ଗ୍ୟାରେଣ୍ଟି ଦେଉଛି ଏହି ଧାରା । ଦେଶର ପ୍ରତ୍ୟେକ ସରକାରୀ ବିଭାଗର ସୂଚନା ହସ୍ତକ୍ଷେପ କରିବାର ଅଧିକାର ତାଙ୍କ ନିକଟରେ ରହିଛି ବୋଲି ଏହି ଧାରା କହୁଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 16, 2019, 7:17 PM IST

ନୂଆଦିଲ୍ଲୀ: ଗତ 13 ତାରିଖରେ ମୁଖ୍ୟ ବିଚାରପତିଙ୍କ କାର୍ଯାଳୟ ସୂଚନା ଅଧିକାର ଆଇନର ପରିସର ମଧ୍ୟରେ ଅନ୍ତର୍ଭୁକ୍ତ ବୋଲି ସୁପ୍ରିମକୋର୍ଟ କହିଥିଲେ । ସୁପ୍ରିମକୋର୍ଟ କହିଥିଲେ କି' ଆଇନ ସମସ୍ତଙ୍କ ପାଇଁ ସମାନ । ଆଇନ ଦୃଷ୍ଟିରେ ମଧ୍ୟ ସମସ୍ତେ ସମାନ'। ତେବେ ବର୍ତ୍ତମାନ ସମୟରେ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ଆଇନର ପରିସରଭୁକ୍ତ ହେବା ନେଇ ନିଷ୍ପତ୍ତି ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ଆଇନ ଅନ୍ତର୍ଗତ ହେବାକୁ 5 ଜଣିଆ ଖଣ୍ଡପୀଠକୁ ନେଇ ଗଠିତ ଖଣ୍ଡପୀଠ ବେଶ ପ୍ରଶଂସାଯୋଗ୍ୟ ବୋଲି କହିଥିଲେ । ସେ କହିଥିଲେ କି, ସୂଚନା ଅଧିକାର ଏବଂ ବ୍ୟକ୍ତିଗତ ଅଧିକାରୀ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ନ୍ୟାୟପାଳିକାର ସ୍ବାଧୀନତା ଏବଂ ସ୍ବତନ୍ତ୍ରତାର ଉଲ୍ଲଂଘନ କେହି ମଧ୍ୟ କରିବା ଉଚିତ ନୁହେଁ ବୋଲି ଖଣ୍ଡପୀଠ କହିଥିଲେ ।

ଏହା ସହିତ ଭାରତର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଥିଲେ କି, 'ନ୍ୟାୟପାଳିକାର ସ୍ବାଧୀନତା ଏବଂ ସ୍ବତନ୍ତ୍ରତା ସମ୍ପର୍କରେ ସମସ୍ତ ନାଗରିକଙ୍କ ଜାଣିବାର ଅଧିକାର ରହିଛି । ଏହା ହେବା ଦ୍ବାରା ଉଭୟ ନ୍ୟାୟପାଳିକା କାର୍ଯ୍ୟ ମଧ୍ୟରେ ସ୍ବଚ୍ଛତା ଆସିପାରିବ । ଏହା ହେବା ଦ୍ବାରା ନ୍ୟାୟପାଳିକାର ସ୍ବାଧୀନତାରେ କୌଣସି ପ୍ରକାର କ୍ଷତି ହେବ ନାହିଁ' ବୋଲି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଥିଲେ ।

ସେହିଭଳି ବିଚାରପତି ଚନ୍ଦ୍ରଚୁଡ଼ କହିଥିଲେ କି, 'ନ୍ୟାୟପାଳିକାର ଅର୍ଥ ଏହା ନୁହେଁ କି, ନ୍ୟାୟଧିଶ ଏବଂ ଓକିଲ କାନୁନର ଊର୍ଦ୍ଧ୍ବରେ । ସେ ଆହୁରି ମଧ୍ୟ କହିଥିଲେ କି ବିଚାରପତିମାନେ ସାଧାରଣ ନାଗରିକଙ୍କ ସେବା କରି ଏହି କାର୍ଯ୍ୟରୁ ବେଶ ଆନନ୍ଦ ଉଠାଉଛନ୍ତି ।

ତେବେ 2016 ମସିହାରେ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ନେଇ ଏକ 3 ଜଣିଆ ଖଣ୍ଡପୀଠ ଗଠିତ ହୋଇଥିଲା । ବିଚାରପତିଙ୍କ କାର୍ଯ୍ୟାଳୟର ସୂଚନା ଅଧିକାର ଆଇନରେ ଅନ୍ତର୍ଭୁକ୍ତ ହେବା ନେଇ ଏହି ଖଣ୍ଡପୀଠ ବିଚାର କରିଆସୁଥିଲା । ତେବେ ଏହି ମାମଲାର ବିଚାର ଦୀର୍ଘ 6 ବର୍ଷ ସମୟ ଲାଗିଯାଇଛି । ଏହି ସମୟ ମଧ୍ୟରେ ଖଣ୍ଡପୀଠ ସାମ୍ନାରେ ଅନେକ ପ୍ରଶ୍ନ ମଧ୍ୟ ଛିଡ଼ା କରିଛି ।

ଏଥି ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଥିଲା ନ୍ୟାୟପାଳିକାର ସ୍ବତନ୍ତ୍ରତା ଏବଂ ସ୍ବାଧୀନତାର ରକ୍ଷା ପାଇଁ ସାର୍ବଜନୀନ କରିବା କଣ ନିହାତି ଆବଶ୍ୟକ ? ନ୍ୟାୟପାଳିକା ଏବଂ ବିଚାରପତିଙ୍କ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ମାଗିବା ନ୍ୟାୟପାଳିକାର କର୍ତ୍ତବ୍ୟରେ ହସ୍ତକ୍ଷେପ କରିବା ସଦୃଶ ହେବ ନାହିଁ ତ ? ଏଭଳି ଅନେକ ପ୍ରଶ୍ନର ସମାଧାନ କରି ଆରଟିଆଇର ଅନ୍ତର୍ଭୁକ୍ତ କରିଛନ୍ତି ମୁଖ୍ୟ ବିଚାରପତି । ତେବେ ରଞ୍ଜନ ଗୋଗୋଇ ଆସନ୍ତାକାଲି ଅବସର ଗ୍ରହଣ କରିବେ ।

ସେପଟେ ଏହି ଆରଟିଆଇ ନିୟମ ଦେଶରେ ଭ୍ରଷ୍ଟାଚାର, ଦୁର୍ନୀତିର ଲୋପ କରିବାରେ ଏହା ନିଶ୍ଚିତ ପକ୍ଷେ ଅନ୍ଧାରରେ ଏକ ସୂକ୍ଷ୍ମ ଆଲୋକ କଣିକା ସଦୃଶ । ସରକାରୀ ସ୍ତର ହେଉ ଅବା ବେସରକାରୀ ସ୍ତର, ଯେତେବେଳେ ଦୁର୍ନୀତି ଆରମ୍ଭ କରିବାକୁ ଚିନ୍ତା କରିବେ ସେତେବେଳେ ଏହି ଆଇନ ସେମାନଙ୍କୁ ସତର୍କ କରାଇବ । ସୁପ୍ରିମକୋର୍ଟ ଏହି ନିୟମ ଆଣି ସମସ୍ତଙ୍କୁ ସତର୍କ କରାଇଛନ୍ତି ।

ତେବେ ସୂଚନା ଅଧିକାର ଆଇନର ପରିସର ମଧ୍ୟରେ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ ଆସିବା କଥା, ସେତେବେଳେ ଚର୍ଚ୍ଚା ହୋଇଥିଲା ଯେତେବେଳେ ସୁଭାଷ ଚନ୍ଦ୍ର ଅଗ୍ରଓ୍ବାଲଙ୍କ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ସୁଭାଷ ତାଙ୍କ ପିଟିସନରେ ମୁଖ୍ୟ ବିଚାରପତି ଏବଂ ଅନ୍ୟ ବିଚାରପତିଙ୍କ ସମ୍ପତ୍ତି ବାବଦରେ ସୂଚନା ଜାଣିବାକୁ ଚାହିଁଥିଲେ । ସେପଟେ କେନ୍ଦ୍ରୀୟ ସୂଚନା ଅଧିକାରୀ(ସିଇସି) ଏନେଇ ଏକ ଆଦେଶ ମଧ୍ୟ ଦେଇଥିଲେ । ଯାହାକୁ ନେଇ ଏକ ଛୋଟଧରଣର ଯୁକ୍ତିତର୍କ ମଧ୍ୟ ହୋଇଥିଲା । କାରଣ ଏହି ସୂଚନା ଅଧିକାର ଆଇନର ସ୍କାନରରେ ମଧ୍ୟ ଆସୁଥିବା ସିଇସି କହିଥିଲେ ।

ତେବେ ସିଆଇସିଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ମାମଲା ଲଢିଥିଲେ । 2010 ମସିହାରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ବିରୋଧରେ ସୁପ୍ରିମକୋର୍ଟ ମହାସଚିବ ସୁପ୍ରିମକୋର୍ଟରେ ଅପିଲ କରିଥିଲେ । ଏଥିରେ କୁହାଯାଇଥିଲା କି, ନ୍ୟାୟପାଳିକାର କାର୍ଯ୍ୟକାରିତାକୁ ଦୁର୍ବଳ କରୁଛି । ତେବେ ପରବର୍ତ୍ତୀ ସମୟରେ 3 ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସିଇସିଙ୍କୁ ସମର୍ଥନ ଜଣାଇଥିଲା ।

ତେବେ ଏଭଳି କ୍ଷେତ୍ରରେ ପ୍ରଶାନ୍ତ ଭୂଷଣ କହିଛନ୍ତି କି, ନ୍ୟାୟପାଳିକାର ସ୍ବାଧୀନତାର ଅର୍ଥ ହେଉଛି ନ୍ୟାୟପାଳିକାକୁ କାର୍ଯ୍ୟପାଳିକାର ହସ୍ତକ୍ଷେପରୁ ରକ୍ଷା କରିବା । ମାତ୍ର ଏହି ସାର୍ବଜନିକ ସ୍ତରର ଯାଞ୍ଚରୁ ମୁକ୍ତ ନ କରିବା ବୋଲି ସେ କହିଥିଲେ ।

ଭାରତୀୟ ଲୋକତନ୍ତ୍ରରେ ନାଗରିକମାନେ ସର୍ବୋଚ୍ଚ ଭାଗ୍ୟ ବିଧାତା । ଭାରତୀୟ ସମ୍ବିଧାନର ଅନଚ୍ଛେଦ 19 ଅନୁଯାୟୀ ପ୍ରତ୍ୟେକ ନାଗରିକ ସେମାନଙ୍କ ମତ ଓ ଚିନ୍ତାଧାରାକୁ ସାବ୍ୟସ୍ତ କରିପାରିବେ । ଏହାର ଗ୍ୟାରେଣ୍ଟି ଦେଉଛି ଏହି ଧାରା । ଦେଶର ପ୍ରତ୍ୟେକ ସରକାରୀ ବିଭାଗର ସୂଚନା ହସ୍ତକ୍ଷେପ କରିବାର ଅଧିକାର ତାଙ୍କ ନିକଟରେ ରହିଛି ବୋଲି ଏହି ଧାରା କହୁଛି । ଏହା ଛଡ଼ା ସୁପ୍ରିମକୋର୍ଟ କହିଛନ୍ତି କି ନିର୍ବାଚନ ସମୟରେ ମଧ୍ୟ ପ୍ରତ୍ୟେକ ଆଶାୟୀ ସେମାନଙ୍କ ସମସ୍ତ ତଥ୍ୟ ଜନସାଧାରଣଙ୍କ ନିକଟରେ ଉପସ୍ଥାପିତ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।

ଚଳିତ ବର୍ଷ ଏପ୍ରିଲ ମାସରେ ସୁପ୍ରିମକୋର୍ଟ କହିଥିଲେ କି କୌଣସି ପ୍ରକାର ସୁରକ୍ଷା ଆଳ ଦେଖାଇ ସୂଚନା ପ୍ରଦାନରେ କୌଣସି ପ୍ରକାର ବାଧା ସୃଷ୍ଟି କରାଯାଇ ପାରିବନାହିଁ । 2005ରେ ଏହି ଆରଟିଆଇ ନିୟମ ଆସିବା ପରେ ସରକାର ବିଭିନ୍ନ ପ୍ରକାର ଆଳ ଦେଖାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଏନେଇ ଆରଟିଆଇ ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ପାଇଁ ଧନ୍ୟବାଦ ଦେଇଛି ।

ତେବେ ସେ ଯାହା ହେଉ, ସୁପ୍ରିମକୋର୍ଟଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ସବୁ ସ୍ତରରେ ପ୍ରଶଂସା କରାଯାଇଛି । ଏହା ସହିତ ଆଇନ ଦୃଷ୍ଟିରେ ସମସ୍ତେ ସମାନ ବୋଲି ମଧ୍ୟ ଏହା ପ୍ରମାଣିତ ହୋଇଛି । ତେବେ ଭାରତର ଏହି ଆରଟିଆଇ ନିୟମ ଦୁନିଆର ଶ୍ରେଷ୍ଠ 5ଟି ନିୟମ ମଧ୍ୟରେ ଗଣାଯାଇଥାଏ । ମାତ୍ର ସରକାରଙ୍କ ଅବହେଳା ଓ ଉଦାସୀନ ମନୋଭାବ କାରଣରୁ ଏହା 6ଷ୍ଠ ସ୍ଥାନରେ ରହିଛି ।

ଏଭଳି ପରିସ୍ଥିତିରେ ଗଣମାଧ୍ୟମ ଏବଂ ଆରଟିଆଇ କର୍ମଚାରୀଙ୍କ ପ୍ରତି ବିପଦ ବଢୁଥିବା ବେଳେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ସେମାନଙ୍କ ପ୍ରତି ସୁରକ୍ଷାର ଏକ ଆଶାର କିରଣ ଭାବେ ଉଭା ହୋଇଛି । ଯେଉଁଦିନ ରାଜନୈତିକ ଦଳ ଗୁଡ଼ିକ ଆରଟିଆଇରେ ଅନ୍ତର୍ଭୁକ୍ତ ହେବ, ସେଦିନ ଏହି ନିୟମ ସମସ୍ତଙ୍କ ପାଇଁ ପାରଦର୍ଶିତା ହୋଇଯିବା । ଭାରତ ଆପେ ଆପେ ଲୋକତନ୍ତ୍ର ମହିମା ବଖାଣିବ ।

Intro:Body:

rti

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.