ETV Bharat / bharat

ୟୁପି ସରକାରଙ୍କୁ ଅଖିଳେଶଙ୍କ ଟାର୍ଗେଟ: ଅପରାଧୀଙ୍କ ସହ ମିଶିଛି ବିଜେପି - crime issues

ଯୋଗୀ ସରକାରଙ୍କ ଉପରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଆକ୍ରମଣ କରିଛନ୍ତି। ଅଖିଳେଶ ବିଜେପିକୁ ଅପରାଧୀଙ୍କ ସହ ମିଶିଥିବା ଅଭିଯୋଗ କରିଛନ୍ତି।

ୟୁପି ସରକାରଙ୍କୁ ଅଖିଳେଶଙ୍କ ଟାର୍ଗେଟ
ୟୁପି ସରକାରଙ୍କୁ ଅଖିଳେଶଙ୍କ ଟାର୍ଗେଟ
author img

By

Published : Jul 15, 2020, 1:18 PM IST

ଲକ୍ଷ୍ନୌ: ଯୋଗୀ ସରକାରଙ୍କ ଉପରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଆକ୍ରମଣ କରିଛନ୍ତି। ଅଖିଳେଶ ବିଜେପିକୁ ଅପରାଧୀଙ୍କ ସହ ମିଶିଥିବା ଅଭିଯୋଗ କରିଛନ୍ତି। ଅଖିଳେଶ ମଙ୍ଗଳବାର କହିଛନ୍ତି ଯେ କ୍ଷମତା କାରଣରୁ ବିଜେପି ନେତା ଓ ତାଙ୍କ ସମ୍ପର୍କୀୟଙ୍କ ହୃଦୟରେ ଆଇନର ଭୟ ନାହିଁ।

ଅଖିଳେଶ ଏକ ବିବୃତ୍ତିରେ କହିଛନ୍ତି, ‘ବିଜେପି ଶାସନ ଅଧୀନରେ ଉତ୍ତରପ୍ରଦେଶରେ ଜେଲରୁ ଆରମ୍ଭ କରି ରାସ୍ତା ପର୍ଯ୍ୟନ୍ତ ଅପରାଧୀମାନେ ସଂଗଠିତ କାର୍ଯ୍ୟକଳାପ ଚଳାଉଛନ୍ତି। ସିଦ୍ଧାର୍ଥନଗର ଜିଲ୍ଲା କାରାଗାରରେ ଅପରାଧୀମାନେ କମିଶନ ଦେଇ ଜେଲରେ ଟଙ୍କା କାରବାର କରୁଛନ୍ତି । ଆଲିଗଡରେ କ୍ଷମତା ଯୋଗୁଁ ବିଜେପି ନେତା ତଥା ପୂର୍ବତନ ମେଏରଙ୍କ ସ୍ବାମୀ ହେଲମେଟ ନ ପିନ୍ଧି ମଧ୍ୟ ପୋଲିସଙ୍କୁ ଧମକ ଦେଇଥିଲେ। କ୍ଷମତାର ଯୋଗୁଁ ବିଜେପି ନେତା ଓ ସମ୍ପର୍କୀୟମାନେ ନିଜ ନିଜର ମାଲିକ ହୋଇଛନ୍ତି। ସେମାନେ ନିୟମକୁ ସଂପୂର୍ଣ୍ଣ ଭୟ କରନ୍ତି ନାହିଁ ’ ।

ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜେପିର ଜଙ୍ଗଲ ରାଜ ଝିଅମାନଙ୍କ ପାଇଁ କାଳ ପ୍ରମାଣିତ ହୋଇଛି । ନୋଏଡାସ୍ଥିତ ଏକ ଆବାସିକ ବିଦ୍ୟାଳୟରେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ମୃତଦେହକୁ ଟାଙ୍ଗି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କୁ ନ ଜଣାଇ ତାଙ୍କ ମୃତଦେହକୁ ପୋଡି ଦିଆଯାଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରୟାଗରାଜରେ ଜଣେ ପୋଲିସ ଅଧିକାରୀଙ୍କ 2 ପୁଅ ସାଙ୍ଗମାନଙ୍କ ସହ ମିଶି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ।

ଏହା ବ୍ୟତୀତ ସେ କହିଛନ୍ତି ଯେ କୋରୋନା ସଙ୍କଟ ସମୟରେ ସରକାର ଲୋକଙ୍କ ମଧ୍ୟରେ ସୁରକ୍ଷା, ରୋଜଗାର ଓ ଭବିଷ୍ୟତ ପ୍ରତି ସକରାତ୍ମକ ମନୋଭାବ ଦେଖାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.