ETV Bharat / bharat

ଗଲୱାନ ଶହୀଦଙ୍କ ପ୍ରାର୍ଥନା ସଭାରେ କଂଗ୍ରେସ କର୍ମୀଙ୍କ ମୁଥ ମରାମରି - ଗଲୱାନ ଶହୀଦ

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଆସି 2 ନେତାଙ୍କ ମଧ୍ୟରେ ସଂଘର୍ଷ । କଂଗ୍ରେସ ପାର୍ଟିର 2 ଜଣ ନେତାଙ୍କ ମଧ୍ୟରେ ମାରପିଟ ହୋଇଥିବାବେଳେ ଏହାର ଏକ ଭିଡିଓ ଭାଇରଲ ହେଉଛି

ଏ କେମିତିକା ସମ୍ମାନ, ଗଲୱାନ ଶହୀଦଙ୍କ ପ୍ରାର୍ଥନା ସଭାରେ କଂଗ୍ରେସ କର୍ମୀଙ୍କ ମୁଥ ମରାମରି

author img

By

Published : Jun 27, 2020, 9:52 AM IST

ଜୟପୁର: ଶହୀଦ ଶ୍ରଦ୍ଧାଞ୍ଜଳୀ ଦେବାକୁ ଆସି ଭାଇରାଲ ହେଲା ନେତାଙ୍କ ମାରପିଟ। କଂଗ୍ରେସ ପାର୍ଟିର 2 ନେତାଙ୍କ ମଧ୍ୟରେ ସଂର୍ଘଷ ଘଟି ଥିବାବାବେଳେ ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି। ତେବେ ରାଜସ୍ଥାନର ଆଜମେରରେ ଗଲୱାନ ଉପତ୍ୟକା ସଂଘର୍ଷରେ ଶହୀଦ 20 ଜଣ ଭାରତୀୟ ସେନା କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ସଭା ଆୟୋଜନ କରାଯାଇଥିଲା।

ହେଲେ ସଭାରେ ଦୁଇ କର୍ମୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଆରମ୍ଭ ହେବା ସହ ପରିସ୍ଥିତି ମୁଥ ମରାମରି ପର୍ଯ୍ୟନ୍ତ ଯାଇଥିଲା। ଆଜମେର କଂଗ୍ରେସର ବରିଷ୍ଠ ନେତାମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଦୁଇ କର୍ମୀଙ୍କ ମଧ୍ୟରେ ଝଗଡା ଦେଖିଥିଲେ। ତେବେ ପୋଲିସ ପକ୍ଷରୁ କୌଣସି ମାମଲା ରୁଜୁ ହୋଇନାହିଁ।

ଆଜମେର କଂଗ୍ରେସ ସଭାପତି ବିଜୟ ଜୌନ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଯୁଦ୍ଧରେ ଜଡିତ କୌଣସି କର୍ମୀ ପାର୍ଟି ଅଫିସର ନୁହଁନ୍ତି। ତେବେ ଶହୀଦଙ୍କ ଶୋକ ସଭାରେ ଏପରି ଘଟଣାକୁ ସମସ୍ତେ ନିନ୍ଦା କରିଥିଲେ।

ଦୁଇ ଦଳର କର୍ମୀ, ଶ୍ୟାମସୁଦ୍ଦିନ ଏବଂ ସୋନା ଧାନୱାନୀଙ୍କ ମଧ୍ୟରେ ଏହି ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ ବରିଷ୍ଠ ନେତାମାନେ ଶହୀଦ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରୁଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.