ETV Bharat / bharat

ଜେଏନୟୁ ହିଂସା: ଆହାତ ହେଲେ ଅନେକ ଛାତ୍ର, ପୋଲିସର ଫ୍ଲାଗ୍ ମାର୍ଚ - ଜେଏନୟୁର ଛାତ୍ରସଂଗଠନର ଅଧ୍ୟକ୍ଷାଙ୍କ ଉପରେ ଆକ୍ରମଣ

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ପୁଣି ହିଂସା । ଛାତ୍ର ସଂଗଠନର ଅଧ୍ୟକ୍ଷା ଐଶି ଘୋଷଙ୍କ ଉପରେ ଆକ୍ରମଣ । କେହି ଜଣେ ମୁଖାଧାରୀ ତାଙ୍କୁ ଆକ୍ରମଣ କରିବା ସହ ମୁଣ୍ଡକୁ ମାରି ଫଟାଇ ଦେଇଥିବା ଅଭିଯୋଗ ହୋଇଛି ।

Aishe Ghosh at JNU been brutally attacked
ଜେଏନୟୁର ଛାତ୍ରସଂଗଠନର ଅଧ୍ୟକ୍ଷାଙ୍କ ଉପରେ ଆକ୍ରମଣ
author img

By

Published : Jan 5, 2020, 9:02 PM IST

Updated : Jan 5, 2020, 11:40 PM IST

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ପୁଣି ହିଂସା । ଛାତ୍ର ସଂଗଠନର ଅଧ୍ୟକ୍ଷା ଐଶି ଘୋଷଙ୍କ ଉପରେ ଆକ୍ରମଣ । କେହି ଜଣେ ମୁଖାଧାରୀ ତାଙ୍କୁ ଆକ୍ରମଣ କରିବା ସହ ମୁଣ୍ଡକୁ ମାରି ଫଟାଇ ଦେଇଛନ୍ତି । ତେବେ ଏହି ଆକ୍ରମଣ ପାଇଁ ଜେଏନୟୁ ଛାତ୍ରଛାତ୍ରୀ ଏବିଭିପିକୁ ଦାୟୀ କରିଛନ୍ତି ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ର ଜେଏନୟୁର ସାବରମତୀ ଓ ଅନ୍ୟ ହଷ୍ଟେଲରେ ପଶି ଛାତ୍ରଙ୍କ ସହ ମାରପିଟ କରିଛନ୍ତି ବୋଲି ଜେଏନୟୁ ଛାତ୍ର ଦାବି କରିଛନ୍ତି । ଆକ୍ରମଣରେ ଐଶି ସାଘାଂତିକ ରୂପରେ ଆହତ ହୋଇଛନ୍ତି ।

ଅନ୍ୟପକ୍ଷେ ଏବିଭିପି ମଧ୍ୟ ସମାନ ଆରୋପ ଆଣୁଛି । ଏମାନଙ୍କ କହିବା କଥା ଏବିଭିପିର ଜଡିତ କିଛି ଛାତ୍ରଙ୍କ ଉପରେ ବାମପନ୍ଥୀ ସମର୍ଥକ କିଛି ସଂଗଠନ ତଥା ଏସଏଫଆଇ, ଏଆଇଏସଏ, ଡିଏସଏଫର କିଛି ଲୋକ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ପ୍ରାୟ 15 ଛାତ୍ର ଆହତ ହୋଇଥିବା ବେଳେ 11 ଜଣ ଛାତ୍ରଙ୍କ କୌଣସି ଖବର ମିଳିପାରିନାହିଁ । ପ୍ରକାଶଥାଉକି, ପୂର୍ବରୁ ଜେଏନୟୁର ସୂଚନା ପ୍ରଣାଳୀ କେନ୍ଦ୍ରକୁ କିଛି ଛାତ୍ର ଆକ୍ରମଣ କରିଥିଲେ ଫଳରେ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ ପ୍ରଭାବିତ ହୋଇଛି ।

ଜାଣନ୍ତୁ ଏଯାବତ୍ ଜେଏନୟୁ ହିଂସାର ସ୍ଥିତି ବିଷୟରେ...

-ଜେଏନୟୁ ହିଂସା ପରେ ପୋଲିସର ଫ୍ଲାଗ ମାର୍ଚ
- ଜେଏନୟୁ ହିଂସାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପରାଜ୍ୟପାଳଙ୍କ ସହ ଆଲୋଚନା କରିଛିନ୍ତି । ଏହାସହ ପୋଲିସକୁ ହିଂସା ରୋକିବାକୁ ନିର୍ଦ୍ଦେଶ ଦିଆଯାଇଛି ।
- କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ କରି ଜେଏନୟୁ ଘଟଣାକୁ ନେଇ ଆଶ୍ଚର୍ଯ୍ୟ ହେବା ସହ ଛାତ୍ରଙ୍କୁ ବାହାଦୁର ବୋଲି କହିଛନ୍ତି ।

-କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଦିଲ୍ଲୀ କମିଶନରଙ୍କୁ ସମ୍ପର୍କ କରି ଜେଏନୟୁ ଅବସ୍ଥା ବିଷୟରେ ସୂଚନା ନେଇଛନ୍ତି ।

-ଗୃହମନ୍ତ୍ରାଳୟ ସୂଚନାନୁସାରେ, ଘଟଣାକୁ ଆଇଜି ସ୍ତରରେ ବିଚାର କରି ଏକ କମିଟି ପ୍ରସ୍ତୁତ କରାଯିବ ଓ ମନ୍ତ୍ରଣାଳୟକୁ ରିପୋର୍ଟ ଦିଆଯିବ ।

-ସଂଯୁକ୍ତ ସିପି ର୍ୟାଙ୍କ ଅଫିସର ସାଲିନି ସିଂହ ମାମଲାର ଯାଞ୍ଚ କରିବେ ।

-ଜେଏନୟୁ ହିଂସାରେ ଆହାତ ହୋଇଥିବ 18 ଛାତ୍ରଙ୍କୁ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ଅନେକଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଛି ।

-ଆହାତଙ୍କୁ ସାକ୍ଷାତକରିବା ପାଇଁ ଏମ୍ସରେ ପହଞ୍ଚିଛନ୍ତି କଂଗ୍ରସେ ମହାସଚିବ ପ୍ରିୟଙ୍କା ଗାନ୍ଧୀ ।

Last Updated : Jan 5, 2020, 11:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.