ETV Bharat / bharat

ଜିଓ ମିଟ ଓ ଜୁମକୁ ମିଳିବ କଡା ଟକ୍କର, ଆସିଲା ଏୟାରଟେଲର ବ୍ଲୁଜିନ୍ସ

ଏୟାରଟେଲ ରିଲାଏନ୍ସ ଜିଓର ଭିଡିଓ କନଫରେନ୍ସିଂ ଆପ୍ ଜିଓମିଟ୍ ସହିତ ପ୍ରତିଦ୍ବନ୍ଦିତା କରିବା ପାଇଁ ଭାରତରେ ଭିଡିଓ କନଫରେନ୍ସିଂ ଆପ୍ ବ୍ଲୁଜିନ୍ସକୁ ଉପସ୍ଥାପନା କରିଛି । ଏଥିପାଇଁ ଏୟାରଟେଲ ଆମେରିକୀୟ ଟେଲିକମ୍ କମ୍ପାନୀ ଭେରିଜନ୍ ସହିତ ସହଭାଗିତା କରିଛି । ଅଧିକ ପଢନ୍ତୁ..

author img

By

Published : Jul 14, 2020, 7:16 PM IST

ଜିଓ ମିଟ ଓ ଜୁମକୁ ମିଳିବ କଡା ଟକ୍କର, ଆସିଲା ଏୟାରଟେଲର ବ୍ଲୁଜିନ୍ସ
ଜିଓ ମିଟ ଓ ଜୁମକୁ ମିଳିବ କଡା ଟକ୍କର, ଆସିଲା ଏୟାରଟେଲର ବ୍ଲୁଜିନ୍ସ

ନୂଆଦିଲ୍ଲୀ: ଜିଓକୁ ଟକ୍କର ଦେବ ଏୟାରଟେଲ୍ । ଏୟାରଟେଲ ରିଲାଏନ୍ସ ଜିଓର ଭିଡିଓ କନଫରେନ୍ସିଂ ଆପ୍ ଜିଓମିଟ୍ ସହିତ ପ୍ରତିଦ୍ବନ୍ଦିତା କରିବା ପାଇଁ ଭାରତରେ ଭିଡିଓ କନଫରେନ୍ସିଂ ଆପ୍ ବ୍ଲୁଜିନ୍ସକୁ ଉପସ୍ଥାପନା କରିଛି । ଏଥିପାଇଁ ଏୟାରଟେଲ ଆମେରିକୀୟ ଟେଲିକମ୍ କମ୍ପାନୀ ଭେରିଜନ୍ ସହିତ ସହଭାଗିତା କରିଛି । ଏଠାରେ କହିରଖୁଛୁ ଯେ, ବ୍ଲୁଜିନ୍ସ ଭେରିଜୋନର ହିଁ ପ୍ରଡକ୍ଟ ଅଟେ ।

ଜିଓମିଟ୍ ଏବଂ ବ୍ଲୁଜିଆନ୍ସ ମଧ୍ୟରେ ପାର୍ଥକ୍ୟ ହେଉଛି ଜିଓମିଟ୍ ଉଭୟ ଉଦ୍ୟୋଗପତି ଏବଂ ସାଧାରଣ ବ୍ୟବହାରକାରୀଙ୍କ ପାଇଁ ହୋଇଥିବାବେଳେ ବ୍ଲୁଜିନ୍ସ ବର୍ତ୍ତମାନ କେବଳ ଉଦ୍ୟୋଗ ପାଇଁ ଉପଲବ୍ଧ ହେବ । ଏୟାରଟେଲ ବ୍ଲୁଜିନ୍ସ ଭାରତରେ ଜିଓ ମିଟ, ଜୁମ୍, ସିସ୍କୋ ୱେବକ୍ସ, ଗୁଗୁଲ୍ ମିଟ୍ ଏବଂ ମାଇକ୍ରୋସଫ୍ଟ ସହିତ ମୁକାବିଲା କରିବ ।

ଏୟାରଟେଲ ବ୍ଲୁଜିନ୍ସ ପ୍ରଥମ ତିନିମାସ ପାଇଁ ମାଗଣା ସେବା ପ୍ରଦାନ କରିବ । ପରବର୍ତ୍ତୀ ସମୟରେ ଏହାପାଇଁ ଟଙ୍କା ଦେବାକୁ ପଡିବ । ଏହି ସେବା ପାଇବାକୁ ଗ୍ରାହକଙ୍କୁ ଏୟାରଟେଲର ୱେବସାଇଟରେ ରୋଜିଷ୍ଟ୍ରେସନ କରିବାକୁ ପଡିବ । ୱେବସାଇଟରେ ସବିଶେଷ ତଥ୍ୟ ଦାଖଲ କରିବାର 24 ଘଣ୍ଟା ମଧ୍ୟରେ ମାଗଣା ଆକ୍ଟିଭେସନ୍ କରି ଦିଆଯିବ । ତେବେ ମାଗଣା ସେବା ପ୍ରଦାନ କରିବା ପରେ କମ୍ପାନୀ ଦାବି କରିଛି ଯେ, ଏହା ଗ୍ରାହକଙ୍କୁ ବଜାର ରେଟ୍ ଅନୁଯାୟୀ ହିଁ ରିଚାର୍ଜ ସୁବିଧା ଯୋଗାଇବ । ଯଦିଚ ସବସ୍କ୍ରିପସନ୍ ଫି ନେଇ କମ୍ପାନୀ ଏଯାବତ୍ କୌଣସି ତଥ୍ୟ ପ୍ରକାଶ କରିନାହିଁ ।

ଏୟାରଟେଲ ବ୍ଲୁଜିନ୍ସର ଫିଚର କିଛି ଏପରି ରହିଛି । ଏଥିରେ ରିଅଲ୍ ଟାଇମ୍ ମିଟିଂ ଆନାଲିଟିକ୍ସ ମିଳିବ । ଏହା ବ୍ୟତୀତ ଏଥିରେ ଲାଇଭ୍ ମିଟିଂ ଇନଭିଟେସନ୍ ମଧ୍ୟ ଉପଲବ୍ଧ ହେବ । ଏଥିରେ ଏକାସାଙ୍ଗରେ 150 ପ୍ରେଜେଣ୍ଟର୍ସ ଏବଂ 50,000 ବ୍ୟକ୍ତି ଅଂଶଗ୍ରହଣ କରିପାରିବେ । ୱେବ୍ ବ୍ରାଉଜର୍ ଏବଂ ମୋବାଇଲ୍ ମାଧ୍ୟମରେ ଏହାକୁ ଆକ୍ସେସ୍ କରାଯାଇ ପାରିବ । ଏହାସହ ଏୟାରଟେଲ ବ୍ଲୁଜିନ୍ସ ସୁରକ୍ଷାକୁ ମଧ୍ୟ ଗୁରୁତ୍ବ ଦେଇଥିବା ଦାବି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.