ETV Bharat / bharat

ପୁଣି ବାୟୁ ପ୍ରଦୂଷଣରେ ପେଷି ହେବ ଦିଲ୍ଲୀ

author img

By

Published : Oct 27, 2020, 3:15 PM IST

ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣରେ ଆଣିବାକୁ ରାଜ୍ୟ ସରକାର 'ରେଡ ଲାଇଟ ଅନ, ଗାଡି ଅଫ' ଅଭିଯାନ ଆରମ୍ଭ କରିଥିବାବେଳେ, ଏହା ଏବେ ଫେଲ ମାରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ପୁଣି ବାୟୁ ପ୍ରଦୂଷଣରେ ପେଷି ହେବେ ଦିଲ୍ଲୀବାସୀ

ନୂଆଦିଲ୍ଲୀ: ଦିଲ୍ଲୀରେ ସାଙ୍ଘାତିକ ହେଉଛି ବାୟୁ ପ୍ରଦୂଷଣର ମାତ୍ରା । ଫଳରେ ଜବଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । AQI ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି । ଏନେଇ ମଙ୍ଗଳବାର ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ ଏୟାର କ୍ବାଲିଟି ଇଣ୍ଡେକ୍ସ (AQI) ରୋହିଣୀରେ 346, ଆର.କେ ପୁରାମରେ 329, ଆନନ୍ଦ ବିହାରରେ 377 ଏବଂ ମୁଣ୍ଡକାରେ 363 ରେକର୍ଡ କରାଯାଇଛି ।

ରାଜଧାନୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ନିକଟରେ 'ରେଡ ଲାଇଟ ଅନ, ଗାଡି ଅଫ' ଅଭିଯାନ ଆରମ୍ଭ କରିଥିଲା । ଏହା ସହିତ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଧ୍ୟ ସୋମବାର ଠାରୁ ରାଜଧାନୀବାସିନ୍ଦାଙ୍କୁ ବାୟୁ ପ୍ରଦୂଷଣ ସମ୍ପର୍କରେ ସଚେତନ କରାଇବା ପାଇଁ ଏକ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.