ନୂଆଦିଲ୍ଲୀ: ପୂର୍ବରୁ ଧାର୍ଯ୍ୟ ହୋଇଥିବା ଯାତ୍ରୀଙ୍କ ସିଟ ପରିବର୍ତ୍ତନ କରିବା, ଏୟାର ଇଣ୍ଡିଆକୁ ପଡିଲା ମହଙ୍ଗା । ଏହାକୁ ନେଇ ସର୍ବୋର୍ଚ୍ଚ ଉପଭୋକ୍ତା ଆୟୋଗଙ୍କ ପକ୍ଷରୁ 5ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି । 2ଜଣ ଯାତ୍ରୀ ଏନେଇ ଉପଭୋକ୍ତା ଅଦାଲତରେ ଏନେଇ ଅଭିଯୋଗ କରିବା ସହ 81.45 ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ । ବୁକିଙ୍ଗ ଟିକେଟରେ ଅସନ୍ତୋଷ ହୋଇ ଏମାନେ ସର୍ବୋର୍ଚ୍ଚ ଉପଭୋକ୍ତାଙ୍କ ନିକଟରେ ଦ୍ବାରସ୍ଥ ହୋଇଥିଲେ।
କେବଳ ଏତିକି ନୁହେଁ , ଦିଲ୍ଲୀ ବିମାନବନ୍ଦରରେ ହ୍ବିଲ ଚେୟାର ନେଇ ପୂର୍ବରୁ ଇ-ଟିକେଟରେ ସ୍ପଷ୍ଟ କୁହାଯାଇ ଥିବାବେଳେ ଏୟାର ଇଣ୍ଡିଆ ପକ୍ଷରୁ ଯାତ୍ରୀଙ୍କୁ ହ୍ବିଲ ଚେୟାର ସୁବିଧା ମିଳିନଥିଲା । ଯାହାକୁ ରାଷ୍ଟ୍ରୀୟ ବିବାଦ ନିବାରଣ ଆୟୋଗ(ଏନସିଡିଆରସି)ର ଅଧ୍ୟକ୍ଷ ଜଷ୍ଟିସ ଆର.କେ ଅଗ୍ରୱାଲ ଏବଂ ସଦସ୍ୟ ଏମ ଶ୍ରୀଶାଙ୍କ ଗଠିନ ଖଣ୍ଡପୀଠ କହିଛନ୍ତି ଯେ, ଏୟାର ଇଣ୍ଡିଆ ପ୍ରଥମେ ଦୁଇ ଯାତ୍ରୀଙ୍କ ସିଟ ଆଲର୍ଟ କରିଥିଲେ ଏବଂ ପଛରେ ବିନା କୌଣସି ସ୍ପଷ୍ଟିକରଣରେ ସିଟକୁ ବଦଳାଇ ଦେଇଥିଲେ ।
ଯାହା କମ୍ପାନୀର ଅସାବଧାନତା ଓ ଖାମଖିଆଲିକୁ ସ୍ପଷ୍ଟ କରୁଛି । ଏହାକୁ ନେଇ ଯାତ୍ରୀ ଅଭିଯୋଗ କରିବା ପରେ ଏୟାର ଲାଇନ କର୍ତ୍ତୁପକ୍ଷଙ୍କୁ 5ଲକ୍ଷ ଟଙ୍କାର ତଣ୍ଡ ଗଣିବାକୁ ପଡିଛି ।