ନୂଆଦିଲ୍ଲୀ: ଭାରତରେ ଫସି ରହିଥିବା ବିଭିନ୍ନ ଦେଶର ନାଗରିକଙ୍କୁ ସେମାନଙ୍କ ଦେଶକୁ ଫେରାଇବା ପାଇଁ ଏୟାର ଇଣ୍ଡିଆର ଚାର୍ଟର ଫ୍ଲାଇଟ ନିୟୋଜିତ ହେବେ । ବିଭିନ୍ନ ଦେଶରେ ରହିଥିବା ଦୂତାବାସ ମାନଙ୍କ ଅନୁରୋଧ ପରେ ଏୟାର ଇଣ୍ଡିଆ ଏହି ସେବା ଯୋଗାଇବ । ମୋଟ 18ଟି ଚାର୍ଟର ଫ୍ଲାଇଟରେ ଜର୍ମାନ, ଫ୍ରାନ୍ସ, ଇଂଲଣ୍ଡ ଓ କାନାଡାର ନାଗରିକ ମାନଙ୍କୁ ସେମାନଙ୍କ ଦେଶକୁ ପଠାଇବ ।
ସୂଚନାଯୋଗ୍ୟ, କୋରୋନା ସଂକ୍ରମଣକୁ ରୋକିବାକୁ ଭାରତରେ ଲକଡାଉନ ଜାରି ରହିଛି । ତେବେ ଭାରତରେ କର୍ମନିଯୁକ୍ତି ତଥା ପର୍ଯ୍ୟଟନ ପାଇଁ ଆସିଥିବା ବିଭିନ୍ନ ବିଦେଶୀ ନାଗରିକ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ଦେଶର ଦୂତାବାସ ମାନେ ଚେଷ୍ଟା କରୁଛନ୍ତି । ହେଲେ ଲକ ଡାଉନ ପାଇଁ ଫେରିବା ସମ୍ଭବ ହୋଇପାରିନାହିଁ ।
@ANI