ETV Bharat / bharat

ସ୍ଲିପର ରନୱେ, ଖରାପ ପାଗ ଯୋଗୁଁ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗସ୍ତ ହୋଇଛି: ଏକ୍ସପର୍ଟ

author img

By

Published : Aug 8, 2020, 12:33 PM IST

ଦୁଇ ଜଣ ବିମାନ ବିଶେଷଜ୍ଞ ଶନିବାର ଦିନ କହିଛନ୍ତି ଯେ, ସ୍ଲିପର ରନୱେ, ଶକ୍ତିଶାଳୀ ଟେଲୱିଣ୍ଡ, ଖରାପ ପାଗ ଏବଂ ଥ୍ରେସହୋଲ୍ଡ ସ୍ପଟ୍ ଆଗରେ ଅବତରଣ କରିବା କାରଣରୁ କୋଝିକୋଡରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

_plane crash
ସ୍ଲିପର ରନୱେ, ଖରାପ ପାଗ ଯୋଗୁ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗସ୍ତ ହୋଇଛି

କୋଚି: ଦୁଇ ଜଣ ବିମାନ ବିଶେଷଜ୍ଞ ଶନିବାର ଦିନ କହିଛନ୍ତି ଯେ, ସ୍ଲିପର ରନୱେ, ଶକ୍ତିଶାଳୀ ଟେଲୱିଣ୍ଡ, ଖରାପ ପାଗ ଏବଂ ଥ୍ରେସହୋଲ୍ଡ ସ୍ପଟ୍ ଆଗରେ ଅବତରଣ କରିବା କାରଣରୁ କୋଝିକୋଡରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶୁକ୍ରବାର ସନ୍ଧ୍ୟା 7.40 ସମୟରେ ଦୁବାଇରୁ କାଲିକଟ ଆସୁଥିବା ଏୟାର ଇଣ୍ଡିଆ ବିମାନ IX-1344 କେରଳ କରିପୁରସ୍ଥିତ କୋଝିକୋଡ ଠାରେ ରେନୱେ କ୍ରାସ ଲ୍ୟାଣ୍ଡିଂ କରିଥିଲା । ବିମାନଟି ରେନୱେରୁ ଖସିଯାଇ 30 ଫୁଟ ଗଭୀର ଖାଲରେ ପଡି ଦୁଇ ଖଣ୍ଡ ହୋଇଥିଲା । ଏହି ଦୁ୍ଘଟଣା କାରଣରୁ 2 ପାଇଟଲଙ୍କ ସମେତ 19 ଜଣଙ୍କର ମୃତ୍ୟୁ ଘଟିଛି ।

ଦୁର୍ଘଟଣାରେ ଅଧିକାଂଶ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । 110 ଗୁରୁତର ଯାତ୍ରୀଙ୍କୁ କୋଝିକଡର ବିଭିନ୍ନ 7 ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା 80 ଜଣଙ୍କ ମଧ୍ୟରୁ 6 ଜଣଙ୍କର ମୃତ୍ୟୁ ଘଟିଛି । ଅନେକଙ୍କ ଅବସ୍ଥା ଏବେ ବି ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ବିମାନରେ ସମୁଦାୟ 184 ଯାତ୍ରୀ ରହିଥିବାବେଳେ ସେଥିରୁ 174 ଜଣ ବୟସ୍କ ଓ 10 ଜଣ ଶିଶୁ ରହିଥିଲେ । ବିମାନର 6 କ୍ରୁ ମେମ୍ବରଙ୍କ ସମେତ ମୋଟ 190 ଯାତ୍ରୀ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.