ଦ୍ବାରକା: ସାରା ବିଶ୍ବରେ ଚାଲିଥିବା ଏହି କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜନେତା, ପୋଲିସ, କଣ୍ଠଶିଳ୍ପୀଙ୍କ ଠାରୁ ଆରମ୍ଭ କରି କଳାକାର ପର୍ଯ୍ୟନ୍ତ ସମସ୍ତେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି । କିନ୍ତୁ ଆଜି ଜଣେ ସେନା କର୍ମଚାରୀ ଲୋକଙ୍କୁ ସଚେତନ ରହିବାକୁ ନିବେଦନ କରିଛନ୍ତି । ସେ ହେଉଛନ୍ତି ଦ୍ବାରକାର ସୁଖ ସାଗର ଆପାର୍ଟମେଣ୍ଟରେ ରହୁଥିବା ବାୟୁସେନାର ଗ୍ରୁପ କ୍ୟାପଟେନ ସନ୍ଦୀପ କୁମାର ।
ତେବେ ଏହି ମହାମାରୀକୁ ପ୍ରତିହତ କରିବାକୁ ହେଲେ ଆମକୁ ଏକାଠି କୋରୋନା ବରୁଦ୍ଧରେ ଲଢେଇ କରିବାକୁ ପଡ଼ିବ ଏବଂ ଘରେ ରହି ଲକଡାଉନକୁ ପାଳନ କରିବାକୁ ପଡ଼ିବ । ଏହି ଲକଡାଉନ ଆମପାଇଁ କୌଣସି ଦଣ୍ଡ ବିଧାନ ନୁହେଁ , ଏହା ଆମ ଦେଶବାସୀଙ୍କ ସୁରକ୍ଷା ପାଇଁ ସରକାର କାର୍ଯ୍ୟକାରୀ କରୁଛନ୍ତି । ତେଣୁ ଆମେ ସମସ୍ତେ ସରକାରଙ୍କ ଏହି ନିୟମାବଳୀକୁ ପାଳନ କରିବା ଦରକାର, ତାସହ ସମସ୍ତଙ୍କୁ ସଚେତନ କରାଇବା ଦରକାର ବୋଲି ସନ୍ଦୀପ କହିଛନ୍ତି ।
ତେବେ ସାରା ବିଶ୍ବରେ ଚାଲିଥିବା ଏହି ମହାସଂଗ୍ରାମରେ ଆମ ପାଇଁ ଦିନରାତି ଖରାତରାରେ କାମ କରୁଥିବା ପୋଲିସ , ଡାକ୍ତର, ଏବଂ ଯବାନ ମାନଙ୍କ ଦିର୍ଘାୟୁ ଆମକୁ କାମନା କରିବା ଦରକାର । ଏହା ସହ ପ୍ରଧାନମନ୍ତ୍ରୀଙ୍କ ଆମ ସୁରକ୍ଷା ପାଇଁ ଦେଇଥିବା ନିର୍ଦ୍ଦେଶାବଳୀକୁ ଆମକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପଡ଼ିବ ବୋଲି ସନ୍ଦୀପ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ