ଲକ୍ଷ୍ନୌ: କୋରୋନା ସଂକ୍ରମଣର ଗୁଜବ ପ୍ରଚାର କରି ଏଆଇଏମଆଇଏମ ନେତା ଗିରଫ । ଉତ୍ତରପ୍ରଦେଶ ପୋଲିସ ସୋସିଆଲ ମିଡିଆରେ ମହାମାରୀ କୋରୋନା ମୃତ୍ୟୁ ସଂଖ୍ୟାକୁ ନେଇ ମିଥ୍ୟା ତଥ୍ୟ ପ୍ରଚାର କରି ଗୁଜବ ସୃଷ୍ଟି ଅଭିଯୋଗରେ ଏଆଇଏମଆଇଏମ ନେତାକୁ ଗିରଫ କରାଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ତାଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଉତ୍ତରପ୍ରଦେଶର ନୈନି ଜିଲ୍ଲା ଅନ୍ତର୍ଗତ ଜାହାଗିରାବାଦ ଅଞ୍ଚଳର ଗାଜିଆର ବାସିନ୍ଦା ମନସୁର ଆଲମ । ସେ ଏଆଇଏମଆଇଏମର ଜିଲ୍ଲା ସଭାପତି ରହିଛନ୍ତି । ସୋସିଆଲ ମିଡିଆରେ ପ୍ରସାର କରିଥିବା ସରକାର ତଥ୍ୟକୁ ବାଧା ଦେଇଛନ୍ତି । ସରକାରୀ ଆକଳନ ଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ 500 ରୁ ଅଧିକ ଦର୍ଶାଉଥିବାବେଳେ covid-19 ଯୋଗୁଁ ଦେଶରେ 50000 ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ସୋସିଆଲ ମିଡିଆରେ ପ୍ରଚାର କରିଥିଲେ ।
ସାରା ଭାରତରେ ମହାମାରୀ କୋରୋନାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଭାରତ ସରକାର କୋରୋନାକୁ ପ୍ରତିରୋଧ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । 24 ତାରିଖ ରାତିରୁ ସାରା ଭାରତରେ ସମ୍ଫୂର୍ଣ୍ଣ ଭାବରେ ଲକ ଡାଉନ ଘୋଷଣା କରାଯାଇଛି । ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 600ରୁ ଉର୍ଦ୍ଧ୍ବ ହୋଇଥିବାବେଳେ 13 ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ।
@ANI