ETV Bharat / bharat

ଗାଡି ପ୍ରଦୂଷଣ ରୋକିବ ‘MP 2.5’

author img

By

Published : Oct 17, 2019, 8:38 PM IST

ଦେଶରେ ସବୁଠୁ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି ବାୟୁ ପ୍ରଦୂଷଣ । ତେବେ ଯାନବାହନ ଜନିତ ପ୍ରଦୂଷଣ ରୋକିବା ପାଇଁ ଆଇଆଇଟି ଛାତ୍ର ତିଆରି କରିଛନ୍ତି ଏକ ଯନ୍ତ୍ର । ଆଗକୁ ପଢନ୍ତୁ..

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଦିନକୁ ଦିନ ସାଙ୍ଘାତିକ ଭାବେ ବୃଦ୍ଧି ପାଉଛି ବାୟୁ ପ୍ରଦୂଷଣ । ପ୍ରଦୂଷଣ ମାତ୍ରା ଏତେ ବଢି ଗଲାଣି ଯେ ଏହା ବିଭିନ୍ନ ରୋଗର କାରଣ ପାଲଟୁଛି । ଆଉ ବଶ୍ବବାସୀଙ୍କ ସାମ୍ନାରେ ଠିଆ କରିଛି ସମସ୍ୟାର ପାହାଡ । ଏପଟେ ଏହାର ସ୍ତର ମଧ୍ୟ ଭାରତରେ ଖୁବ ଉଦବେଗ ଜନକ ସ୍ଥିତିରେ ପହଞ୍ଚିଗଲାଣି । ତେବେ ଏହି ସମସ୍ୟାକୁ କିଛି ମାତ୍ରାରେ ଦୂର କରିବା ନେଇ ଏକ ନୂତନ ଯନ୍ତ୍ର ତିଆରି କରିଛନ୍ତି ଆଇଆଇଟି ଖଡଗପୁର ଗ୍ରାଜୁଏଟ ଦେବଯାନ ଶାହ ।

ମେକାନିକାଲ ଇଂଜିନିୟରିଂ ପଢିଥିବା ଏହି ଛାତ୍ର ବର୍ତ୍ତମାନ ବାୟୁ ପ୍ରଦୂଷଣ ଉପରେ ବର୍ତ୍ତମାନ ଏମ୍ସରେ କରୁଛନ୍ତି ଗବେଷଣା । ସେ ଏପରି ଏକ ଯନ୍ତ୍ର ତିଆରି କରିଛନ୍ତି ଯାହା ଗୋଟିଏ କାରରେ ଲଗାଇବା ଦ୍ବାରା 10ଟି କାରର ପ୍ରଦୂଷଣକୁ ନିୟନ୍ତ୍ରଣ କରିବାର କ୍ଷମତା ରଖିଛି ।

ଏହି ଯନ୍ତ୍ରର ନାମ ‘ପିଏମ୍ 2.5’ ରହିଛି । ଯନ୍ତ୍ରଟି ବୈଦ୍ୟୁତିକ ଶକ୍ତି ଏବଂ ତରଙ୍ଗ ଶକ୍ତିର ବ୍ୟବହାରରେ ନିର୍ମିତ ହୋଇଛି । ଯାହା ଦ୍ବାରା ଏହା ଚୁମ୍ବକ ଭଳି କାର୍ଯ୍ୟ କରିଥାଏ । ପ୍ରଦୂଷଣକୁ ଆକର୍ଷିତ କରି ସଫା ରଖିଥାଏ ଏହି ଯନ୍ତ୍ର । ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ଯାନ ଯାହା ମଣିଷ ଶରୀର ଭିତରକୁ ଯାଇ ଫୁସଫୁସ ଓ ରକ୍ତରେ ରୋଗ ସୃଷ୍ଟି କରିଥାଏ । ଏଥିରୁ ପ୍ରଦୂଷଣ ମାତ୍ରା ହ୍ରାସ କରିଥାଏ ଏହି ଯନ୍ତ୍ର ।

ବିଭିନ୍ନ ଅନୁଷ୍ଠାନ ସହ କଥା ହୋଇ ସେ ଏହି ଯନ୍ତ୍ରର ବିକାଶ କରିଛନ୍ତି ।

ପ୍ରକାଶ ଯେ, ବର୍ତ୍ତମାନ ରାଜଧାନୀ ଦିଲ୍ଲୀର ପ୍ରଦୂଷଣର ମାତ୍ରା ବହୁଳ ପରିମାଣରେ ବୃଦ୍ଧି ପାଉଛି ।ବାୟୁର ଗୁଣବତ୍ତା ସର୍ବାଧିକ ପିଏମ 2.5 ସ୍ତରରେ 391ରେ ପହଞ୍ଚି ରେକର୍ଡ କରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.